Latest Odisha News

BREAKING NEWS

ଯାଜପୁରରୁ ହଟିଲା ସଟ୍‌ଡାଉନ୍‌ ଅବଧି: ଖୋଲିବ କେଉଁ ସବୁ ଦୋକାନ, ଜାଣନ୍ତୁ

ଯାଜପୁର: ଯାଜପୁର ଜିଲ୍ଲାରୁ ହଟିଛି ୬୦ ଘଣ୍ଟିଆ ସଟଡାଉନ୍‌ । ଏହି ସଟଡାଉନ ହଟିବା ପରେ ଏବେ ସ୍ଥାନୀୟ ଲୋକଙ୍କୁ କିଛି ମାତ୍ରାରେ ଆସ୍ୱସ୍ତି ମିଳିଛି ।

ଗତ କିଛି ଦିନ ହେବ ଲଗାତର ଭାବେ ନୂଆ କରୋନା ମାମଲା ସାମ୍ନାକୁ ଆସିବା ପରେ ଯାଜପୁର, ଭଦ୍ରକ ଓ ବାଲେଶ୍ୱରକୁ ୬୦ ଘଣ୍ଟା ପାଇଁ ସଟ୍‌ ଡାଉନ୍‌ ଘୋଷଣା କରାଯାଇଥିଲା ।

ତେବେ ଦିନ ୧୦ ଟାରେ ଏହି ୬୦ ଘଣ୍ଟାର ସଟ୍‌ ଡାଉନ୍‌ ଅବଧି ଶେଷ ହୋଇଛି । ତେବେ ସଟଡାଉନ ଅବଧି ସାରିଥିଲେ ମଧ୍ୟ ଲକଡାଉନ ନିୟମ ବଳବତ୍ତର ରହିବ।

ତଥାପି ଲକ୍‌ଡାଉନ୍‌ ସମୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ କଟକଣାକୁ କୋହଳ କରାଯାଇଛି । ପ୍ରଶାସନ ପକ୍ଷରୁ କିଛି ଜରୁରୀ ଦୋକାନ ଖୋଲା ରଖିବାକୁ ଅନୁମତି ଦିଆଯାଇଛି ।

ଜାଣନ୍ତୁ କେଉଁସବୁ ଦୋକାନ ଖୋଲା ରହିବ…

ସଟ୍‌ ଡାଉନ୍‌ ହଟିବା ପରେ  ପାଥୋଲାବ୍‌ ବା ଡାଇଗ୍ନୋଷ୍ଟିକ୍‌ କେନ୍ଦ୍ର ଗୁଡ଼ିକ ଖୋଲା ରହିବ ବୋଲି ନିଷ୍ପତ୍ତି ନିଆଯାଇଛି ।

ପରିବା ଦୋକାନ ସବୁଦିନ ଖୋଲା ରଖିବାକୁ ଅନୁମତି ଥିବାବେଳେ ଆମିଷ ଦୋକାନ ଗୁଡ଼ିକ କେବଳ ବୁଧବାର ଶୁକ୍ରବାର ଓ ରବିବାର ଖୋଲା ରହିବ ବୋଲି କୁହାଯାଇଛି ।

ଅନ୍ୟପକ୍ଷରେ ରାସନ, ବେକେରୀ, ଭଳି ଅତିଆବଶ୍ୟକୀୟ ସାମଗ୍ରୀ ଦୋକାନ ଖୋଲା ରହିବ ବୋଲି ସ୍ଥିର କରାଯାଇଛି ।

ସପ୍ତାହକୁ ଗୋଟେ ଦିନ ପିଲାଙ୍କ ପାଠ ପଢ଼ା ପାଇଁ ବହି ଦୋକାନ ଖୋଲା ରହିବ ।

ଏଲ୍‌ପିଜି ଗ୍ୟାସ୍‌ ଏଜେନ୍ସି ଖୋଲା ରହିବ ଏବଂ ଏହାର ଟ୍ରାନ୍ସପୋଟେସନ୍‌ ମଧ୍ୟ ଜାରି ରହିବ ।

କୃଷି ଭିତ୍ତିକ ସାମଗ୍ରୀ ବିକ୍ରୟ କେନ୍ଦ୍ର ବା ଦୋକାନ, ରଡ୍‌-ସିମେଣ୍ଟ-ଚିପ୍ସ ଓ ଘର ତିଆରି ସାମଗ୍ରୀ ଦୋକାନ ମଧ୍ୟ ଖୋଲା ରହିବ ।

ଏହା ସହ ହାର୍ଡ ଓୟାର ଷ୍ଟୋର, ଇଲେକ୍ଟ୍ରିକାଲ୍ସ ଓ ଇଲେକ୍ଟ୍ରୋନିକ୍ସ ଦୋକାନ, ମୋବାଇଲ୍‌ ରିଚାର୍ଜ ସେଣ୍ଟର, ଗାଡ଼ି ସ୍ପେୟାର ପାର୍ଟ୍ସ ଦୋକାନ, ବାଇକ୍‌ ଗ୍ୟାରେଜ୍‌, ସାଇକେଲ ରିପ୍ୟାରିଂ ଦୋକାନ ଖୋଲା ରହିବ ।

ଫଳ ଦୋକାନ, କ୍ଷୀର ଏବଂ କ୍ଷୀର ଜାତୀୟ ଦ୍ରବ୍ୟ ବିକ୍ରି କରୁଥିବା ଦୋକାନ, ଜାତୀୟ ରାଜପଥ କଡ଼ରେ ଥିବା ମଞ୍ଜୁରିପ୍ରାପ୍ତ ଢ଼ାବା ଖୋଲା ରହିବ ।

ଆମ୍ବୁଲାନ୍ସ ସେବା ସ୍ୱାସ୍ଥ୍ୟ ସଂସ୍ଥା ମଧ୍ୟ ଖୋଲା ରହିବ । ମେଡିସିନ୍‌ ଦୋକାନ ଓ ଅପ୍ଟିକାଲ ସେଣ୍ଟର ମଧ୍ୟ ଖୋଲିବାକୁ ଅନୁମତି ଦିଆଯାଇଛି ।

ଏହାସହ ଜାତୀୟ ରାଜପଥ କଡ଼ରେ ଥିବା ସମସ୍ତ ପେଟ୍ରୋଲ ପମ୍ପ ୨୪ ଘଣ୍ଟା ଖୋଲା ରହିବ ।

ମୁନିସିପାଲଟି ଓ ବ୍ଲକ୍‌ ଅଞ୍ଚଳରେ ଥିବା ପେଟ୍ରୋଲ ପମ୍ପ ସକାଳ ୬ରୁ ସନ୍ଧ୍ୟା ୬ ପର୍ଯ୍ୟନ୍ତ ଖୋଲା ରଖିବାକୁ ଅନୁମତି ଦିଆଯାଇଛି ।

Leave A Reply

Your email address will not be published.