Latest Odisha News

BREAKING NEWS

ରଙ୍ଗବତୀ ଗୀତ ଗାଇ ଲୋକଙ୍କୁ କରୋନା ନେଇ ସଚେତନ କରୁଛନ୍ତି ପଦ୍ମଶ୍ରୀ ଜିତେନ୍ଦ୍ରିୟ ହରିପାଲ

ଭୁବନେଶ୍ୱର : ଲୋକପ୍ରିୟ ଗୀତ ରଙ୍ଗବତୀ ତାଳରେ ଲୋକଙ୍କୁ କରୋନା ନେଇ ସଚେତନ କରିବାକୁ ଆଗେଇ ଆସିଛନ୍ତି ପଦ୍ମଶ୍ରୀ ଜିତେନ୍ଦ୍ରିୟ ହରିପାଲ । ‘ଜବ୍ ହାରେଗା କରୋନା, ତବ୍ ନାଚେଙ୍ଗେ ହମ୍ ଗାକେ ରଙ୍ଗବତୀ ଗାନା….’ ଗୀତର ତାଳେ ତାଳେ ଜିତେନ୍ଦ୍ରିୟ ରଙ୍ଗବତୀ ଗୀତ ଗାଇ ଝୁମୁଥିବା ଏହି ଭିଡିଓରେ ଦେଖିବାକୁ ମିଳିଛି । ୬ ମିନିଟ୍ ୧୨ ସେକେଣ୍ଡର ଏହି ଭିଡିଓକୁ ପ୍ରସ୍ତୁତ କରିଛି ଅକ୍ଷୟ ପରିଜା ପ୍ରଡକ୍ସନ ।

ରଙ୍ଗବତୀ ଗାତର ଚାହିଦା ବର୍ଷ ବର୍ଷରୁ ରହିଆସିଛି । ଫିଲ୍ମ କିମ୍ବା ଷ୍ଟେଜ ସୋ ରେ ବହୁ ନାଁ କରା କଳାକାର ରଙ୍ଗବତୀକୁ ଗାଇଥିଲେ ସୁଦ୍ଧା ଜିତେନ୍ଦ୍ରୀୟଙ୍କ କଣ୍ଠରେ ରଙ୍ଗବତୀକୁ ଓଡିଶାବାସୀ ବେଶ୍ ପସନ୍ଦ କରିଥିବାରୁ ଏହି ଗୀତଟିିକୁ ବି ଆପଣାଇ ବୋଲି ଆଶା ରହଛି ।

ପୂର୍ବରୁ ମଧ୍ୟ ଅକ୍ଷୟ ପରିଜା ପ୍ରଡକ୍ସନ ପ୍ରଯୋଜିତ ବଙ୍ଗଳା ଫିଲ୍ମ ‘ଗୋତ୍ର’ରେ ରଙ୍ଗବତୀ ଗୀତ ସ୍ଥାନ ପାଇଥିଲା । ଯାହାର ସୁଟିଂ କୋଣାର୍କର ଚନ୍ଦ୍ରଭାଗା ନିକଟରେ ହୋଇଥିଲା ।

Leave A Reply

Your email address will not be published.