ଭୁବନେଶ୍ୱର: ବର୍ତ୍ତମାନ ବଲିଉଡରେ ଅଭିନେତା, ଅଭିନେତ୍ରୀ ଇଂରାଜୀ କହିବାକୁ ପଛଘୁଂଚା ଦିଅନ୍ତି ନାହିଁ । ତେବେ ଏବେ ବି କେତେଜଣ ଅଭିନେତା ଅଛନ୍ତି ଇଂରାଜୀ କହିବା ନେଇ ଏତେଟା ସହଜ ହୁଅନ୍ତି ନାହିଁ । ସେମାନେ ନିଜ ଭାଷାରେ କଥା ହେବାକୁ ବିଶେଷ ପସନ୍ଦ କରନ୍ତି । ଏହି ତାଲିକାରେ ଆଗରେ ରହିଛନ୍ତି ଗୋବିନ୍ଦା । ସେ ନିଜେ ବି ଏହି କଥା ସ୍ୱୀକାର କରନ୍ତି ।
ଇଂରାଜୀ ଜାଣିଥିଲେ ସୁଦ୍ଧା ସେ ସର୍ବଦା ହିନ୍ଦୀରେ କଥା ହେବାକୁ ଭଲ ପାଆନ୍ତି । ତାଙ୍କ ପଛକୁ ରହିଛନ୍ତି ନବାଜୁଉଦ୍ଦିନ ସିଦ୍ଦିକ୍ । ଏହି ପ୍ରତିଭାବାନ୍ ଅଭିନେତା ଇଂରାଜୀରେ ଦୁର୍ବଳ ।
ସେ ସର୍ବଦା ହିନ୍ଦୀକୁ ଗୁରୁତ୍ୱ ଦେଇଥାଆନ୍ତି ।
ପୁରୁଣା ଅଭିନେତା ମଧ୍ୟରେ ଧର୍ମେନ୍ଦ୍ର ଓ ହେମାମାଳୀନୀ ମଧ୍ୟ ଇଂରାଜୀଠାରୁ ଦୂରେଇ ରହିବାକୁ ପସନ୍ଦ କରନ୍ତି । ଧମେନ୍ଦ୍ର ହିନ୍ଦୀ ଓ ପଂଜାବୀରେ କଥା ହୁଅନ୍ତି । ହେମା ମାଳୀନି କ୍ୟାରିୟରର ଆରମ୍ଭରେ ଇଂରାଜୀ ବ୍ୟତୀତ ହିନ୍ଦୀ ମଧ୍ୟ ଭଲରେ କଥା ହୋଇପାରୁ ନ ଥିଲେ । ସେ ଏବେ କିନ୍ତୁ ଭଲ ହିନ୍ଦୀ କହିପାରୁଛନ୍ତି ।
ସାଉଥ ସୁପରଷ୍ଟାର ରଜନୀକାନ୍ତ ସାମାନ୍ୟ ପରିବାରରେ ଜନ୍ମ ହୋଇଥିଲେ ।
ସେ ବେଶୀ ପାଠ ପଢ଼ି ନ ଥିବାରୁ ଇଂରାଜୀଠାରୁ ଦୂରେଇ ରହନ୍ତି । ତାଙ୍କ ଜ୍ୟେଇଁ ଧନୁଷ ମଧ୍ୟ ତାମିଲ ବ୍ୟତୀତ ଅନ୍ୟ କୌଣସି ଭାଷାରେ କଥା ହେବାକୁ ପସନ୍ଦ କରନ୍ତି ନାହିଁ । ଅକ୍ଷୟ କୁମାର ଇଂରାଜୀ ଭଲ ଭାବେ ଜାଣି ଥିଲେ ମଧ୍ୟ ରାଷ୍ଟ୍ରୀୟ ଭାଷାରେ କଥା ହୁଅନ୍ତିି । ସେହିପରି କଙ୍ଗନା ରାଣାୱତ ଓ ନମ୍ରତା ଶିରୋଦକର ମଧ୍ୟ ସ୍ୱୀକାର କରିଛନ୍ତି ଯେ, ଇଂରାଜୀ ଉଚ୍ଚାରଣ ନେଇ ସେମାନଙ୍କୁ ସମାଲୋଚିତ ହେବାକୁ ପଡୁଥିବାରୁ ନିଜ ଭାଷାରେ କଥା ହେବାକୁ ଭଲ ପାଆନ୍ତି । କଙ୍ଗନା ହିନ୍ଦୀ ଓ ନମ୍ରତା ମହାରାଷ୍ଟ୍ରୀୟନ ଭାଷାରେ କଥା ହୁଅନ୍ତି ।
BREAKING NEWS
- ଦିଗହୀନ ବଜେଟ୍; କେନ୍ଦ୍ରୀୟ ବଜେଟ୍ ୨୦୨୬କୁ କଡ଼ା ସମାଲୋଚନା କଲେ ବିରୋଧୀ ନେତା…
- ଟି୨୦ରେ କୋହଲିଙ୍କ ରେକର୍ଡ ଭାଙ୍ଗିଲେ ବାବର
- Violence in Balochistan: ବେଲୁଚିସ୍ତାନ ପ୍ରସଙ୍ଗରେ ପାକ୍ କୁ କଡ଼ା ଜବାବ ଦେଲା ଭାରତ; ଆଭ୍ୟନ୍ତରୀଣ ବିଫଳତାରୁ ଧ୍ୟାନ ହଟାଇବାର ପ୍ରୟାସ
- ପ୍ରଫେସର ଶିବବ୍ରତ ଦାସ ବିଶ୍ୱଭାରତୀ ସଂସଦର ସଦସ୍ୟ ମନୋନୀତ
- ନର୍ସରୀ ରାଇମ୍ ମାଧ୍ୟମରେ ୨୦୨୬ ବଜେଟକୁ କଟାକ୍ଷ କଲେ ମମତା
- ଜୋକୋଭିଚଙ୍କୁ ହରାଇ ଅଷ୍ଟ୍ରେଲିଆନ ଓପନ ଟେନିସ ଟାଇଟଲ ହାସଲ କଲେ ଆଲକାରଜ
- ବଜେଟରେ ନିର୍ମଳା ସୀତାରମଣଙ୍କ ଶାଢ଼ି ସ୍ୱାଗ୍, ପ୍ରତ୍ୟେକ ଥର ଏକ ଭିନ୍ନ ଶୈଳୀ ଆସନ୍ତି ନଜର…
- ନନ୍ଦନକାନନରେ କୁମ୍ଭୀର ମୃତ; ୮ ଦିନରେ ୫…
- Development Projects In Subarnapur: ସୁବର୍ଣ୍ଣପୁର ପାଇଁ ମୁଖ୍ୟମନ୍ତ୍ରୀଙ୍କ ୬୩୩ କୋଟିର ପ୍ରକଳ୍ପ ଘୋଷଣା,ଓପନ୍ ଏୟାର ଥିଏଟର ପାଇଁ ୧୧.୨୩ କୋଟି
- Union Budget 2026: ଟିକସ ସ୍ଲାବରେ ମଧ୍ୟବିତ୍ତ ବର୍ଗଙ୍କ ପାଇଁ କଣ ରହିଛି…
Comments are closed.