ଭୁବନେଶ୍ୱର: ବର୍ତ୍ତମାନ ବଲିଉଡରେ ଅଭିନେତା, ଅଭିନେତ୍ରୀ ଇଂରାଜୀ କହିବାକୁ ପଛଘୁଂଚା ଦିଅନ୍ତି ନାହିଁ । ତେବେ ଏବେ ବି କେତେଜଣ ଅଭିନେତା ଅଛନ୍ତି ଇଂରାଜୀ କହିବା ନେଇ ଏତେଟା ସହଜ ହୁଅନ୍ତି ନାହିଁ । ସେମାନେ ନିଜ ଭାଷାରେ କଥା ହେବାକୁ ବିଶେଷ ପସନ୍ଦ କରନ୍ତି । ଏହି ତାଲିକାରେ ଆଗରେ ରହିଛନ୍ତି ଗୋବିନ୍ଦା । ସେ ନିଜେ ବି ଏହି କଥା ସ୍ୱୀକାର କରନ୍ତି ।
ଇଂରାଜୀ ଜାଣିଥିଲେ ସୁଦ୍ଧା ସେ ସର୍ବଦା ହିନ୍ଦୀରେ କଥା ହେବାକୁ ଭଲ ପାଆନ୍ତି । ତାଙ୍କ ପଛକୁ ରହିଛନ୍ତି ନବାଜୁଉଦ୍ଦିନ ସିଦ୍ଦିକ୍ । ଏହି ପ୍ରତିଭାବାନ୍ ଅଭିନେତା ଇଂରାଜୀରେ ଦୁର୍ବଳ ।
ସେ ସର୍ବଦା ହିନ୍ଦୀକୁ ଗୁରୁତ୍ୱ ଦେଇଥାଆନ୍ତି ।
ପୁରୁଣା ଅଭିନେତା ମଧ୍ୟରେ ଧର୍ମେନ୍ଦ୍ର ଓ ହେମାମାଳୀନୀ ମଧ୍ୟ ଇଂରାଜୀଠାରୁ ଦୂରେଇ ରହିବାକୁ ପସନ୍ଦ କରନ୍ତି । ଧମେନ୍ଦ୍ର ହିନ୍ଦୀ ଓ ପଂଜାବୀରେ କଥା ହୁଅନ୍ତି । ହେମା ମାଳୀନି କ୍ୟାରିୟରର ଆରମ୍ଭରେ ଇଂରାଜୀ ବ୍ୟତୀତ ହିନ୍ଦୀ ମଧ୍ୟ ଭଲରେ କଥା ହୋଇପାରୁ ନ ଥିଲେ । ସେ ଏବେ କିନ୍ତୁ ଭଲ ହିନ୍ଦୀ କହିପାରୁଛନ୍ତି ।
ସାଉଥ ସୁପରଷ୍ଟାର ରଜନୀକାନ୍ତ ସାମାନ୍ୟ ପରିବାରରେ ଜନ୍ମ ହୋଇଥିଲେ ।
ସେ ବେଶୀ ପାଠ ପଢ଼ି ନ ଥିବାରୁ ଇଂରାଜୀଠାରୁ ଦୂରେଇ ରହନ୍ତି । ତାଙ୍କ ଜ୍ୟେଇଁ ଧନୁଷ ମଧ୍ୟ ତାମିଲ ବ୍ୟତୀତ ଅନ୍ୟ କୌଣସି ଭାଷାରେ କଥା ହେବାକୁ ପସନ୍ଦ କରନ୍ତି ନାହିଁ । ଅକ୍ଷୟ କୁମାର ଇଂରାଜୀ ଭଲ ଭାବେ ଜାଣି ଥିଲେ ମଧ୍ୟ ରାଷ୍ଟ୍ରୀୟ ଭାଷାରେ କଥା ହୁଅନ୍ତିି । ସେହିପରି କଙ୍ଗନା ରାଣାୱତ ଓ ନମ୍ରତା ଶିରୋଦକର ମଧ୍ୟ ସ୍ୱୀକାର କରିଛନ୍ତି ଯେ, ଇଂରାଜୀ ଉଚ୍ଚାରଣ ନେଇ ସେମାନଙ୍କୁ ସମାଲୋଚିତ ହେବାକୁ ପଡୁଥିବାରୁ ନିଜ ଭାଷାରେ କଥା ହେବାକୁ ଭଲ ପାଆନ୍ତି । କଙ୍ଗନା ହିନ୍ଦୀ ଓ ନମ୍ରତା ମହାରାଷ୍ଟ୍ରୀୟନ ଭାଷାରେ କଥା ହୁଅନ୍ତି ।
BREAKING NEWS
- ଯୁକ୍ତ ଦୁଇ ଖାତାଦେଖା ଆରମ୍ଭ
- ୧୬ ଲକ୍ଷରୁ ଅଧିକ ଟଙ୍କାର ବ୍ରାଉନସୁଗାର ଜବତ, ୩ ନିଶା ମାଫିଆ ଗିରଫ
- ଅସମ୍ଭାଳ ହେଲାଣି ଗରମ ଓ ଗୁଳୁଗୁଳି: କାଳବୈଶାଖୀ ନେଇ ୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
- ଔଷଧ ଉପରେ ୧୦୦ ପ୍ରତିଶତ ଶୁଳ୍କ
- India attends UK meet: ହୋର୍ମୁଜ୍ ପାଇଁ ୬୦ରୁ ଅଧିକ ଦେଶ ହେଲେ ଏକତ୍ରିତ:ଭାରତ କହିଲା – ଆମେ ନାବିକମାନଙ୍କୁ ହରାଇଛୁ, ଉତ୍ତେଜନା ହ୍ରାସ ପାଇଁ…
- Nandankanan:ସୃଷ୍ଟି ହେଲା ନୂତନ ରେକର୍ଡ…ନନ୍ଦନକାନନରୁ ୨୬.୩୧ କୋଟିର ରାଜସ୍ୱ ସଂଗ୍ରହ
- Organ Donation: ପ୍ରାଣ ହରେଇବା ପରେ ବି ଅମର ହେଲେ ଚାଷୀ;ପ୍ରଶାସନ ପକ୍ଷରୁ ‘ଗାର୍ଡ ଅଫ ଅନର’ ପ୍ରଦାନ…
- କୋହଲିଙ୍କ ପରେ ରୋହିତଙ୍କୁ ପଛରେ ପକାଇଲେ ପାକିସ୍ତାନର ଏହି ବ୍ୟାଟ୍ସମ୍ୟାନ
- ଧମାକା କଲା ‘ରାମାୟଣ’ର ଟିଜର; ଭାବପ୍ରବଣ ହେଲେ ନିର୍ଦ୍ଦେଶକ କହିଲେ, ୭ ବର୍ଷର କଠିନ ପରିଶ୍ରମ…
- Kharazi ‘gravely wounded’:ଆମେରିକା-ଇସ୍ରାଏଲ ଆକ୍ରମଣରେ ଇରାନର ସର୍ବୋଚ୍ଚ ପରାମର୍ଶଦାତା ଖରାଜି ଗୁରୁତର
Comments are closed.