ଭୁବନେଶ୍ବର:ପୋଷାକର ରଙ୍ଗ ବ୍ୟକ୍ତିର ପର୍ସନାଲିଟିକୁ ବଢେଇବା ସହ ଜୀବନରେ ଏହାର ଅନେକ ପ୍ରଭାବ ରହିଥାଏ । ସେଥିପାଇଁ ପୂଜା, ବିବାହ ଓ ଅନ୍ୟାନ କାର୍ଯ୍ୟକ୍ରମରେ ଭିନ୍ନଭିନ୍ନ ରଙ୍ଗର ପୋଷକ ପିନ୍ଧାବାକୁ କୁହାଯାଏ ।
କଳା :କଳା ରଙ୍ଗ ସମସ୍ତଙ୍କ ପର୍ସନାଲିଟିକୁ ମାନିଥାଏ । ଏହି ରଙ୍ଗର ପୋଷାକ ପିନ୍ଧିଲେ ଦାୟିତ୍ୱବୋଧ,ଆତ୍ମବିଶ୍ୱାସ ବୃଦ୍ଧି ପାଇଥାଏ ।
ଧଳା:ଏହି ରଙ୍ଗର ପୋଷକ ମନକୁ ନିର୍ମଳ, ଶାନ୍ତ ଏବଂ ଉଦାରଭାବନା ଆଣିଥାଏ । ଏହି ରଙ୍ଗର ପୋଷାକ ପ୍ରାୟ ସମସ୍ତଙ୍କୁ ମାନିଥାଏ । ଧଳା ପିନ୍ଧିଲେ ପ୍ରେଜେଣ୍ଟେବଲ୍ ଲୁକ୍ ଲାଗେ ।
ସବୁଜ:ମନରେ ସକାରାତ୍ମକ ପ୍ରଭାବ ପଡେ । ଏହି ରଙ୍ଗର ପୋଷାକ ପିନ୍ଧିବା ଦ୍ୱାରା କୌଣସି ପ୍ରକାର ଷ୍ଟ୍ରେସ୍ ଥିଲେ ତାହା ଦୂର ହୋଇଯାଇଥାଏ ।
ନାଲି : ନାଲି ରଙ୍ଗର ପୋଷାକ ପିନ୍ଧିବା ଦ୍ୱାରା ଆତ୍ମବିଶ୍ୱାସ ବଢ଼ିଥାଏ । ବିବାହ ବେଳେ ବୋହୂମାନେ ଏହି ରଙ୍ଗର ଶାଢୀ ପିନ୍ଧିନ୍ତି କାରଣ ଏହି ରଙ୍ଗ ଏକ ମଙ୍ଗଳଦାୟକ ।
ଗୋଲାପି : ଗୋଲାପି ପୋଷାକ ପିନ୍ଧିବା ଦ୍ୱାରା ମନକୁ ଖୁସି ଆସେ । ରୋମାଣ୍ଟିକ୍ ରଙ୍ଗ ଭାବରେ ଏହାକୁ ବିବେଚନା କରାଯାଏ ।
ବାଇଗଣୀ ରଙ୍ଗ : ଏହି ରଙ୍ଗ ରୟାଲ ଲୁକ୍ ଦେଇଥାଏ । ଏହି ରଙ୍ଗ ମନରେ ଆଧ୍ୟାତ୍ମିକ ଭାବନା ସୃଷ୍ଟି କରେ ।
ହଳଦିଆ:ଏହି ରଙ୍ଗର ପୋଷାକ ମନରେ ଏକ ସକାରାତ୍ମକତା ଭରିଦିଏ । ଯଦି ଆପଣଙ୍କୁ ଅଳସୁଆ , ମାନ୍ଦା ଲାଗୁଥାଏ ତେବେ ହଳଦିଆ ରଙ୍ଗର ପୋଷାକ ପିନ୍ଧିଲେ ମୁଡ୍ ଫ୍ରେସ୍ ହୋଇଯାଏ ।