Latest Odisha News

୨୪ ଘଣ୍ଟାର ବ୍ରେକ୍ ପରେ ବଢିଲା ତାପମାତ୍ରା, ପୁଣି ୪୦ ଡିଗ୍ରୀ ଡେଇଁଲା ରାଜଧାନୀ ତାତି

ଭୁବନେଶ୍ଵର: ଗୋଟିଏ ଦିନର ବ୍ରେକ ପରେ ପୁଣି ବଢିଛି ତାତି । ଗତ ୨୪ ଘଣ୍ଟା ପରେ ୪୦ ଡିଗ୍ରୀ ଟପିଛି ଭୁବନେଶ୍ଵର ତାତି । ଆଜି ଦିନ ସାଢେ ୨ଟା ସୁଦ୍ଧା ଭୁବନେଶ୍ୱରରେ ୪୧.୬ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ସମ୍ବଲପୁରରେ ୪୨.୫ ଡ଼ିଗ୍ରୀ ରେକର୍ଡ କରାଯାଇଛି । ଏଥିସହ ସମ୍ବଲପୁର ପାଲଟିଛି ସବୁଠାରୁ ଉତ୍ତପ୍ତ ସହର ।

ସୂଚନା ଅନୁସାରେ, ସମ୍ବଲପୁରରେ ୪୨.୫ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିବା ବେଳେ ଝାରସୁଗୁଡାରେ ୪୨.୧ ଡିଗ୍ରୀ, ହୀରାକୁଦରେ ୪୧.୮ ଡିଗ୍ରୀ, ରାଉରକେଲାରେ ୪୦.୬ ଡିଗ୍ରୀ, ବାଲେଶ୍ୱରରେ ୩୯.୮ ଡିଗ୍ରୀ, ଚାନ୍ଦବାଲିରେ ୩୮.୨ ଡିଗ୍ରୀ, ଗୋପାଳପୁରରେ ୩୫ ଡିଗ୍ରୀ, ପାରାଦୀପରେ ୩୪.୬ ଡିଗ୍ରୀ ଓ ପୁରୀର ତାପମାତ୍ରା ୩୫.୩ ଡିଗ୍ରୀ ରେକର୍ଡ କରାଯାଇଛି ।

ସେପଟେ ରାଜ୍ୟରେ ଅନେକ ସ୍ଥାନରେ ଆଗାମୀ ୩ ଦିନ ଯାଏଁ ଦିନ ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ। ପରବର୍ତ୍ତୀ ସମୟରେ ଦିନ ତାପମାତ୍ରାରେ ୩ରୁ ୪ ଡ଼ିଗ୍ରୀ ପର୍ଯ୍ୟନ୍ତ ହ୍ରାସ ଘଟିବା ସମ୍ଭାବନା ରହିଛି। ତେବେ ଆଗାମୀ ୨ଦିନ ପରେ ଉପକୂଳ ଓଡ଼ିଶାରୁ ଗ୍ରୀଷ୍ମ ପ୍ରବାହ କମିବ। ୬ ତାରିଖ ପରେ ପୁରା ରାଜ୍ୟରୁ ହିଟଓ୍ବେଭରେ ବ୍ରେକ୍ ଲାଗିବାର ସମ୍ଭାବନା ରହିଛି ବୋଲି କହିଛି ପାଣିପାଗ ବିଭାଗ । କାରଣ ୬ ତାରିଖରୁ ସାରା ଓଡ଼ିଶାରେ ଘଡ ଘଡି ସହ ବର୍ଷା ହେବ ସୂଚନା ଦେଇଛି ପାଣିପାଗ କେନ୍ଦ୍ର ।

Leave A Reply

Your email address will not be published.