Latest Odisha News

BREAKING NEWS

ଅନଲକ୍ ୨.୦ରେ କ’ଣ ସବୁ ବନ୍ଦ ରହିବ ଜାଣନ୍ତୁ

ଭୁବନେଶ୍ୱର: ଓଡ଼ିଶା ସରକାର ମଙ୍ଗଳବାର ଦିନ ଅନଲକ୍ ୨.୦ ଗାଇଡ଼ଲାଇନ୍ ଜାରି କରିଛନ୍ତି । ଜୁଲାଇ ୧ ତାରିଖ ଅର୍ଥାତ୍ ବୁଧବାର ଦିନ ଠାରୁ ଏହି ଗାଇଡ଼ଲାଇନ୍ ପାଳନ ଆରମ୍ଭ ହେବ ।

ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ରିଲିଫ କମିଶନର (ଏସଆରସି)ଙ୍କ ପକ୍ଷରୁ ଜାରି ହୋଇଥିବା ନୋଟିସ ଅନୁଯାୟୀ, ଆସନ୍ତା ଜୁଲାଇ ୩୧ ପର୍ଯ୍ୟନ୍ତ ବନ୍ଦ ରହିବ ।

ଅଧିକ ପଢନ୍ତୁ:

  • ୧ – ସମସ୍ତ ଧର୍ମାନୁଷ୍ଠାନ/ ସର୍ବସାଧାରଣଙ୍କ ପୂଜାସ୍ଥଳୀ
  • ୨ – ଯାତ୍ରୀମାନଙ୍କ ଲାଗି ଅନ୍ତର୍ଜାତୀୟ ବିମାନ ଚଳାଚଳ, ଏମଏଚଏ ଦ୍ୱାରା ଅନୁମତିପ୍ରାପ୍ତ ବିମାନକୁ ଛାଡ଼ି
  • ୩ – ସିନେମା ହଲ, ଜିମଖାନା, ସୁଇମିଂ ପୁଲ, ଏଣ୍ଟରଟେନମେଣ୍ଟ କଂପ୍ଲେକ୍ସ, ଥିଏଟର, ଅଡ଼ିଟୋରିୟମ, ଆସେଂବ୍ଲି ହଲ ଏବଂ ଏହିପରି ସମସ୍ତ ସଭା ସମିତି ବୈଠକଖାନା ।
  • ୪ – ସାମାଜିକ/ରାଜନୈତିକ/କ୍ରୀଡ଼ା, ମନୋରଞ୍ଜନ/ଶିକ୍ଷା ଅନୁଷ୍ଠାନ / ସାଂସ୍କୃତିକ ତଥା ଧର୍ମୀୟ ଉତ୍ସବ ଗୁଡ଼ିକ
  • ୫ – ସ୍କୁଲ, କଲେଜ ଏବଂ ଅନ୍ୟ ଶିକ୍ଷାନୁଷ୍ଠାନ / ତାଲିମ କେନ୍ଦ୍ର/ କୋଚିଂ ସେଣ୍ଟର ଗୁଡ଼ିକରେ ପାଠପଢା ୩୧ ଜୁଲାଇ ପର୍ଯ୍ୟନ୍ତ ବନ୍ଦ ରହିବ । ମାତ୍ର ପରୀକ୍ଷା କିମ୍ବା ଖାତାଦେଖା ଲାଗି ଅନୁମତି ରହିଛି ।
Leave A Reply

Your email address will not be published.