Latest Odisha News

ବିବାହ କରିବେ ବୁମରାହ-ଅନୁପମା !

ଚେନ୍ନାଇ: ଏବେ ସୋସିଆଲ ମିଡିଆରେ ଭାରତୀୟ କ୍ରିକେଟ ଦଳର ପେସ ବୋଲର ଯଶପ୍ରୀତ ବୁମରାହଙ୍କ ବିବାହ ନେଇ ଚର୍ଚ୍ଚା ଜୋର ଧରିଛି । ବୁମରାହ ଦକ୍ଷିଣ ଭାରତର ଅଭିନେତ୍ରୀ ଅନୁପମା ପରମେଶ୍ୱରନଙ୍କୁ ବିବାହ କରିବାକୁ ଯାଉଛନ୍ତି ବୋଲି ଖବର ପ୍ରକାଶ ପାଇଛି । ତେବେ ଏହା ସତ୍ୟ କି ଗୁଜବ ତାହା ପ୍ରମାଣିତ ହୋଇପାରି ନାହିଁ ।

ଇଂଲଣ୍ଡ ବିପକ୍ଷ ୪ର୍ଥ ଟେଷ୍ଟରୁ ବୁମରାହ ହଠାତ୍ ଓହରିଯିବା ଏବଂ ବିସିସିଆଇର ଜନୈକ ଅଧିକାରୀ ସେମାନେ ବିବାହ କରିବାକୁ ଯାଉଛନ୍ତି ବୋଲି କହିବା ପରେ ଏହି ଚର୍ଚ୍ଚା ଜୋର ଧରିଥିଲା । ଯେଉଁ ଦିନ ବୁମରାହ ବିସିସିଆଇ ନିକଟରେ ଛୁଟି ଆବେଦନ କରିଥିଲେ ଠିକ୍ ସେହିଦିନ ଅନୁପମା ଶେୟାର କରିଥିଲେ ହ୍ୟାପି ହଲିଡେ ଟୁ ମି । ତେବେ ଏହି ଦୁଇ ଜଣ ପୂର୍ବରୁ ବିବାହ ଖବରକୁ ଖଣ୍ଡନ କରି ଆସିଛନ୍ତି ।

Comments are closed.