Latest Odisha News

ଆଜି ‘ଅନ୍ତର୍ଜାତୀୟ ମାତୃଭାଷା ଦିବସ’; ଜାଣନ୍ତୁ, କାହିଁକି ପାଳନ କରାଯାଇଥାଏ

ଭୁବନେଶ୍ୱର: ସାରା ବିଶ୍ୱରେ ଫେବୃଆରୀ ୨୧ ତାରିଖ ଦିନ ପାଳିତ ହୋଇଥାଏ ‘ଅନ୍ତର୍ଜାତୀୟ ମାତୃଭାଷା ଦିବସ’ ।

ଜାତି ସଂଘର ଅନୁମୋଦନ କ୍ରମେ ୨୦୦୦ ମସିହାରୁ ଏହାର ପାଳନ କରାଯାଇ ଆସୁଅଛି । ୧୯୯୯ ମସିହାରେ ଏହି ଦିବସକୁ ପାଳନ ଲାଗି ପ୍ରଥମେ ୟୁନେସ୍କୋ ପକ୍ଷରୁ ପ୍ରସ୍ତାବ ଦିଆଯାଇଥିଲା । ଯାହାକୁ ପରବର୍ତ୍ତୀ ସମୟରେ ଜାତି ସଂଘ ସ୍ୱିକୃତି ପ୍ରଦାନ କରିଥିଲା ।

ଏହି ଦିବସର ପାଳନର ମୁଖ୍ୟ ଲକ୍ଷ୍ୟ ହେଉଛି- ଐତିହ୍ୟ-ସଂସ୍କୃତି-ପରମ୍ପରା ରକ୍ଷା ଲାଗି ମାତୃଭାଷା ଏକ ବଳିଷ୍ଠ ମାଧ୍ୟମ ହୋଇଥାଏ । ମାତୃଭାଷାକୁ ଉପେକ୍ଷା କରି କୌଣସି ଜାତି ବଡ ହୋଇନାହିଁ କି ହୋଇପାରିବନାହିଁ । ଏନେଇ ଜନସାଧାରଣମାନେ ସଚେତନ ରହିବା ଆବଶ୍ୟକ ।

ଐତିହାସିକଙ୍କ କହିବାନୁଯାୟୀ ୧୯୫୨ ମସିହାରେ ଏହି ଦିନରେ ମାତୃଭାଷାର ସୁରକ୍ଷା ପାଇଁ ପୋଲିସ ଗୁଳିରେ ପ୍ରାଣ ହରାଇଥିଲେ ବାଂଲାଦେଶର ଏକାଧିକ ଛାତ୍ର, ବୁଦ୍ଧିଜୀବୀ ଓ ମାତୃଭାଷା ପ୍ରେମୀ । ଏହିଦିନକୁ ଚିରସ୍ମରଣୀୟ କରିବା ଲାଗି ‘ଅନ୍ତର୍ଜାତୀୟ ମାତୃଭାଷା ଦିବସ’ ଦିବସ ପାଳନ ଲାଗି ନିଷ୍ପତ୍ତି ନିଆଯାଇଥିଲା ।

 

Leave A Reply

Your email address will not be published.