Latest Odisha News

BREAKING NEWS

କବିତା : ଧିକାରୋକ୍ତି!!

ପ୍ରସେନଜିତ୍ ସେଠୀ                                                      

ଧିକାର୍ ଧିକାର, ଶତ ବାର ଧିକାର
ରେ ନପୁଂସକ ଗଣ, ରେ କାପୁରୁଷ ଗଣ!!
ତୁମ ମଣିଷ ଜନ୍ମ କୁ ଧିକାର୍!!

ଦେଖି ନାରୀଟିର ଅସହାୟତା, ଏକାକୀତ୍ଵତା
ଜାଗି ଉଠେ ତୁମ ପିଶାଚ ମାନସିକତା, ପାଶବିକତା
ତୁମ ମାନସିକତାକୁ ଧିକାର୍!!

ଘରେ ତୋର ନାରୀ ଟିଏ ଅଛି
ମାଆ, ଭଉଣୀ, ଝିଅ ରୂପେ ସାଜି
ତାଙ୍କ ପ୍ରତି ତୋର ସମ୍ମାନ ତ ଅଛି
ପ୍ରେମ ବି ଅଛି, ଅଛି ଦାୟିତ୍ୱବୋଧତା
ଅଛି ପୁଣି ସୁରକ୍ଷାର ଚିନ୍ତା
ହେଲେ ପର ନାରୀ ଦେଖି, ସୁଯୋଗ ଖୋଜୁଛୁ
ତୋର ପୌରୁଷତ୍ୱକୁ ଧିକାର୍!!

କେବେ ଭାବିଛୁ କି କହ?
ସେ ବି କାହାର ଝିଅଟିଏ?
କାହାର ଭଉଣୀ ଟିଏ?
ଆଉ କାହାର ମାଆ ଟିଏ?
ନା!!
ତୁ କିପରି ବୁଝିବୁ ଭଲା!!
ସେ ସମ୍ପର୍କର ମୁଲ,
କାମନା ଅଗ୍ନିରେ ଅନ୍ଧ ତୁ ଯେ!!
ତୋତେ ଶତ ବାର ଧିକାର୍!!

ବନ୍ଦ କର, ବନ୍ଦ କର
ଏ ଜଘନ୍ୟ ଲୀଳା
ପର ମାଂସ ଦେଖି, ସେ କାମନାର ଜ୍ଵାଳା
ପଶୁଟିଏ ବି ସମ୍ମାନ ଦିଏ ତା ଜାତିର ନାରୀଟିକୁ
ତୁ କଣ ପଶୁଠାରୁ ହୀନ?
ତୋତେ ବାର୍ ବାର୍ ଧିକାର୍!!

ଅବଳାର ମାଂସ ଖାଇ
ତାର ଜୀବନକୁ ନେଇ
କଣ ପାଇଲୁ କହ?
ତା ଘରେ ଭରିଦେଇ କୋହ
ସମାଜରେ ଭରିଦେଇ ଡର ଭୟ
ତୁ ସବୁଠାରୁ ହୀନ, ତୋତେ ଧିକାର୍!!

ମନେ ରଖ! ଏହା ନୁହଁ
ତୁ ଖାଇଗଲୁ ଅନ୍ୟର ଦେହ
ଗଡ଼ ଜିତିଗଲୁ, ପର ଘରେ ଭରିଦେଇ ଲୁହ,
ଏହା ଅପମାନ ତୋ ନିଜ ମାଆର
ଉପହାସ ସେ ମାତୃତ୍ୱର
ଅଟ୍ଟହାସ୍ୟ ତୋ ଭଉଣୀ ବିଶ୍ୱାସର
ଅବଜ୍ଞା ତୋ ସ୍ୱାମୀ ପଣିଆର,

ପୌରୁଷତ୍ୱର ଧିକାର

ଧିକାର୍ ଧିକାର, ଶତ ବାର ଧିକାର
ରେ ନପୁଂସକ ଗଣ, ରେ କାପୁରୁଷ ଗଣ!!
ତୁମ ମଣିଷ ଜନ୍ମକୁ ଧିକାର୍!!

ଦେଖି ନାରୀଟିର ଅସହାୟତା, ଏକାକୀତ୍ଵତା
ଜାଗି ଉଠେ ତୁମ ପିଶାଚ ମାନସିକତା, ପାଶବିକତା
ତୁମ ମାନସିକତାକୁ ଧିକାର୍!!

ଘରେ ତୋର ନାରୀ ଟିଏ ଅଛି
ମାଆ, ଭଉଣୀ, ଝିଅ ରୂପେ ସାଜି
ତାଙ୍କ ପ୍ରତି ତୋର ସମ୍ମାନ ତ ଅଛି
ପ୍ରେମ ବି ଅଛି, ଅଛି ଦାୟିତ୍ୱବୋଧତା
ଅଛି ପୁଣି ସୁରକ୍ଷାର ଚିନ୍ତା
ହେଲେ ପର ନାରୀ ଦେଖି, ସୁଯୋଗ ଖୋଜୁଛୁ
ତୋର ପୌରୁଷତ୍ୱକୁ ଧିକାର୍!!

କେବେ ଭାବିଛୁ କି କହ?
ସେ ବି କାହାର ଝିଅଟିଏ?
କାହାର ଭଉଣୀ ଟିଏ?
ଆଉ କାହାର ମାଆ ଟିଏ?
ନା!!
ତୁ କିପରି ବୁଝିବୁ ଭଲା!!
ସେ ସମ୍ପର୍କର ମୁଲ,
କାମନା ଅଗ୍ନିରେ ଅନ୍ଧ ତୁ ଯେ!!
ତୋତେ ଶତ ବାର ଧିକାର୍!!

ବନ୍ଦ କର, ବନ୍ଦ କର
ଏ ଜଘନ୍ୟ ଲୀଳା
ପର ମାଂସ ଦେଖି, ସେ କାମନାର ଜ୍ଵାଳା
ପଶୁଟିଏ ବି ସମ୍ମାନ ଦିଏ ତା ଜାତିର ନାରୀଟିକୁ
ତୁ କଣ ପଶୁଠାରୁ ହୀନ?
ତୋତେ ବାର୍ ବାର୍ ଧିକାର୍!!

ଅବଳାର ମାଂସ ଖାଇ
ତାର ଜୀବନକୁ ନେଇ
କଣ ପାଇଲୁ କହ?
ତା ଘରେ ଭରିଦେଇ କୋହ
ସମାଜରେ ଭରିଦେଇ ଡର ଭୟ
ତୁ ସବୁଠାରୁ ହୀନ, ତୋତେ ଧିକାର୍!!

ମନେ ରଖ! ଏହା ନୁହଁ
ତୁ ଖାଇଗଲୁ ଅନ୍ୟର ଦେହ
ଗଡ଼ ଜିତିଗଲୁ, ପର ଘରେ ଭରିଦେଇ ଲୁହ,
ଏହା ଅପମାନ ତୋ ନିଜ ମାଆର
ଉପହାସ ସେ ମାତୃତ୍ୱର
ଅଟ୍ଟହାସ୍ୟ ତୋ ଭଉଣୀ ବିଶ୍ୱାସର
ଅବଜ୍ଞା ତୋ ସ୍ୱାମୀ ପଣିଆର,
ଶତ ଅଭିଶାପ ତୋର ପିତୃ ପଣିଆର
ଧିକାର୍ ତୋ ଝିଅର ବାପ ହେବାର
ନର୍କ ତୋତେ ହାତ ଠାରି ଡାକେ
ତୋତେ ଧିକାର୍!!

(ବାଲିଆ ଗୋପୀନାଥପୁର ଜଗତସିଂହପୁର)

Leave A Reply

Your email address will not be published.