Latest Odisha News

BREAKING NEWS

ଖୁସି ଖବର ଦେଲେ ବିରୁଷ୍କା, ନୂଆବର୍ଷରେ ଫ୍ୟାମିଲିକୁ ଆସିବେ ନୂଆ ଅତିଥି

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ କୋହଲି ଓ ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଫ୍ୟାନଙ୍କ ପାଇଁ ଖୁସି ଖବର । ଦୁଇରୁ ତିନି ହେବେ ବିରୁଷ୍କା । ମାନେ ଖୁବଶୀଘ୍ର ବାପା ହେବେ ବିରାଟ କୋହଲି । ଅନୁଷ୍କା ଶର୍ମା ଏବେ ଗର୍ଭବତୀ ଅଛନ୍ତି । ୨୦୨୧ ଜାନୁଆରୀରେ ଅନୁଷ୍କା ମାଆ ହେବେ । ଟ୍ୱିଟ୍ କରି ନିଜ ଏହି ସୂଚନା ଦେଇଛନ୍ତି ବିରୁଷ୍କା ।

ସୋସିଆଲ୍ ମିଡିଆରେ ପ୍ରଥମେ ଖୁସି ଖବର ଦେଇଥିଲେ ବିରାଟ କୋହଲି । ପରେ ଅନୁଷ୍କା ବି ଟ୍ୱିଟ୍ କରିଛନ୍ତି । ବିରାଟ ନିଜ ସହ ଅନୁଷ୍କାଙ୍କ ଫଟୋ ସେୟାର କରି ଲେଖିଛନ୍ତି, ଜାନୁୟାରୀ ୨୦୨୧ ସୁଦ୍ଧା ବେବି ଆସୁଛି । ଏହାପରେ ଅନୁଷ୍କା ଟ୍ୱିଟ୍ କରି ଗର୍ଭବତୀ ଥିବା କଥା ସୂଚନା ଦେଇଛନ୍ତି । ଏବେ ସେମାନଙ୍କ ପାଖକୁ ଛୁଟୁଛି ଶୁଭେଚ୍ଛାର ସୁଅ ।

ବର୍ତ୍ତମାନ ବିରାଟ କୋହଲି ଆଇପିଏଲ୍ ଖେଳାବି ପାଇଁ ୟୁଏଇରେ ଅଛନ୍ତି । ମୁମ୍ୱାଇରେ ଅଛନ୍ତି ଅନୁଷ୍କା । ୨୦୧୭ ଡିସେମ୍ୱର ୧୧ ତାରିଖରେ ବିବାହ କରିଥିଲେ ବିରୁଷ୍କା । ଇଟାଲୀରେ ହାଇପ୍ରୋଫାଇଲ୍ ଓ୍ୱେଡିଂ ହୋଇଥିଲା ।

Leave A Reply

Your email address will not be published.