Latest Odisha News

BREAKING NEWS

ଆଇପିଏଲରେ ୨୦ ହଜାରରୁ ଅଧିକ କୋଭିଡ-୧୯ ଟେଷ୍ଟ କରାଯିବ

ଦୁବାଇ: ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ) ୟୁଏଇରେ ଆୟୋଜିତ ହେବ । ଏହି ୩ ମାସ ମଧ୍ୟରେ ୨୦ ହଜାରରୁ ଅଧିକ କୋଭିଡ-୧୯ ଟେଷ୍ଟ କରାଯିବ । ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ଏଥିନେଇ ଭିପିଏସ ହେଲଥ କେୟାରଙ୍କୁ ନିଯୁକ୍ତ କରିବ । ସମସ୍ତ ଖେଳାଳି, ସପୋର୍ଟିଂ ଷ୍ଟାଫ, ବିସିସିଆଇ ଅଧିକାରୀ ଓ ଏଥିସହିତ ଜଡିତ ଅନ୍ୟମାନଙ୍କର କୋଭିଡ-୧୯ ଟେଷ୍ଟ କରାଯିବ । ସେମାନଙ୍କୁ ଏହା ପରେ ବାୟୋ ବବୁଲରେ ପ୍ରବେଶ କରାଯିବ ।

ପ୍ରତ୍ୟେକ ୫ ଦିନ ବ୍ୟବଧାନରେ ଟେଷ୍ଟ କରାଯିବ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି । କରୋନା ମହାମାରୀ ଯେପରି କେହି ସଂକ୍ରମିତ ନ ହେବେ ସେଥିପାଇଁ ୟୁଏଇ ପକ୍ଷରୁ ମଧ୍ୟ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ।

Leave A Reply

Your email address will not be published.