Latest Odisha News

BREAKING NEWS

ବଣ୍ଡାଘାଟିରେ ପଂଚାୟତ ପାଇଁ ଭୋଟିଂ

ମାଲକାନଗିରି: ଚାଲିଛି ପଞ୍ଚାୟତ ନିର୍ବାଚନ । ବିଭିନ୍ନ ସ୍ଥାନରେ ଜୋରଦାର ପ୍ରଚାର ପ୍ରସାର ସାଙ୍ଗକୁ ବିଭିନ୍ନ ରଣନୀତି ଆପଣାଉଛନ୍ତି ପ୍ରାର୍ଥୀ ମାନେ। ସେପଟେ ଭୋଟିଂ ସମୟରେ ବିଭିନ୍ନ ବୁଥ ଗୁଡିକରେ ସୁରକ୍ଷା ଉପରେ ବି ବିଶେଷ ଗୁରୁତ୍ୱ ଦିଆଯାଉଛି ।
ସେହିଭଳି ବଣ୍ଡାଘାଟିରେ ମଧ୍ୟ ଶୃଙ୍ଖଳିତ ଭାବେର ଚାଲିଛି ଭୋଟିଂ।

ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ମାଲକାନଗିରି ଖଇରପୁଟ ବ୍ଳକ ବଣ୍ଡାଘାଟିରେ ଚାଲିଛି ମତଦାନ ।  ଭୋଟର ମାନେ ସକାଳୁ ସକାଳୁ ମତଦାନ କେନ୍ଦ୍ରରେ ପହଂଚି ଭୋଟ୍ ଦେଉଛନ୍ତି ।

ମାଲକାନଗିରି ଜିଲ୍ଲା ପ୍ରଶାସନ ପକ୍ଷରୁ ବଣ୍ଡାଘାଟି ମତଦାନ ଉପରେ ସ୍ୱତନ୍ତ୍ର ନଜର ରହିଛି ।

Comments are closed, but trackbacks and pingbacks are open.