Latest Odisha News

BREAKING NEWS

ପ୍ରଥମ ଟେଷ୍ଟ ପରେ କୋହଲି ସ୍ୱଦେଶ ଫେରିବେ, ରୋହିତ ଅଷ୍ଟ୍ରେଲିଆ ଗସ୍ତରେ ଯିବେ

ମୁମ୍ବାଇ: ଟିମ୍ ଇଣ୍ଡିଆ ଅଧିନାୟକ ବିରାଟ କୋହଲି ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟ ପରେ ସ୍ୱଦେଶ ଫେରିବେ । ଏହାର କାରଣ ହେଲା ପତ୍ନୀ ଅନୁଷ୍କା ସେ ସମୟରେ ସେମାନଙ୍କ ପ୍ରଥମ ସନ୍ତାନକୁ ଜନ୍ମ ଦେବେ । କୋହଲି ଏହି ଗୁରୁତ୍ୱପୂର୍ଣ୍ଣ ସମୟରେ ତାଙ୍କ ସହିତ ରହିବେ । ସେହିପରି ବ୍ୟାଟ୍ସମ୍ୟାନ ରୋହିତ ଶର୍ମା ଅଷ୍ଟ୍ରେଲିଆ ଗସ୍ତରେ ଯିବେ ବୋଲି ଚୂଡାନ୍ତ ହୋଇଛି ।  ବିସିସିଆଇ ତାଙ୍କୁ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜରେ ସାମିଲ କରିଛି । ଦିନିକିଆ ଓ ଟି୨୦ ସିରିଜରୁ ରୋହିତଙ୍କୁ ବିଶ୍ରାମ ଦିଆଯାଇଛି ।

ଆହତ କାରଣରୁ ଟି୨୦ ଦଳରୁ ବାଦ ପଡ଼ିିଛନ୍ତି ବରୁଣ ଚକ୍ରବର୍ତ୍ତୀ, ତାଙ୍କ ସ୍ଥାନରେ ଟି.ନଟରାଜନଙ୍କୁ ଦଳରେ ସାମିଲ କରିଛି ବିସିସିଆଇ । ଭାରତର ଅଷ୍ଟ୍ରେଲିଆ ଗସ୍ତ ନଭେମ୍ଵର ୨୭ରୁ ଆରମ୍ଭ ହେଉଛି । ଏହି ଗସ୍ତରେ ଭାରତୀୟ ଦଳ ଘରୋଇ ଦଳ ବିପକ୍ଷରେ ୩ ଟି୨୦, ୩ ଦିନିକିଆ ଏବଂ ୪ ଟେଷ୍ଟ  ଖେଳିବ । ଡିସେମ୍ବର ୧୭, ଡିସେମ୍ବର ୨୬, ଜାନୁଆରୀ ୭ ଓ ଜାନୁଆରୀ ୧୫ ତାରିଖରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଟେଷ୍ଟ ସିରିଜ ଖେଳା ଯିବ।

Comments are closed.