Latest Odisha News

BREAKING NEWS

ଛକାରେ ଧୋନୀଙ୍କୁ ପଛରେ ପକାଇଲେ କୋହଲି

ବେଙ୍ଗାଲୁର: ଚଳିତ ଆଇପିଏଲରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରର ଷ୍ଟାର ଖେଳାଳି ବିରାଟ କୋହଲି ଆଉ ଏକ କୀର୍ତିମାନ ସ୍ଥାପନ କରିଛନ୍ତି । ଅଧିକ ଛକା ମାରିବାରେ ସେ ଏମଏସ ଧୋନୀଙ୍କୁ ପଛରେ ପକାଇ ଦେଇଛନ୍ତି । ଧୋନୀ ୨୫୨ ମ୍ୟାଚରେ ୨୩୯ ଛକା ମାରିଥିବା ବେଳେ କୋହଲି ୨୪୦ ମୁକାବିଲାରେ ଏହାକୁ ଅତିକ୍ରମ କରିଛନ୍ତି । ତେବେ ଓଭରାଲ ଅଧିକ ଛକା ମାରିବାରେ କ୍ରିସ ଗେଲ ପ୍ରଥମ ସ୍ଥ୍‌ାନରେ ରହିଛନ୍ତି । ସେ ୧୪୨ ମ୍ୟାଚରେ ୩୫୭ ଛକା ମାରିଛନ୍ତି । ତାଙ୍କ ପଛକୁ ରୋହିତ ଶର୍ମା ( ୨୪୫ ମ୍ୟାଚ, ୨୬୧ ଛକା) ଓ ଏବି ଡିଭିଲର୍ସ (୧୮୪ ମ୍ୟାଚ, ୨୫୧ ଛକା) ରହିଛନ୍ତି । ୪ର୍ଥ ଏବଂ ୫ମ ସ୍ଥାନରେ ଧୋନୀ ଓ କୋହଲି ରହିଛନ୍ତି ।

ସେହିପରି ଆଇପିଏଲରେ କୋହଲି ୫୨ତମ ଅର୍ଦ୍ଧଶତକ ମାରିଛନ୍ତି । କେକେଆର ବିପକ୍ଷ ମ୍ୟାଚରେ କୋହଲିଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ବେଙ୍ଗାଲୁର ୨୦ ଓଭରରେ ୬ ୱିକେଟ ହରାଇ ୧୮୨ ରନ କରିଛି । କୋହଲି ସର୍ବାଧିକ ୮୩ ରନ କରିଥିଲେ । ହର୍ଷିତ ରାଣା ଓ ଆନ୍ଦ୍ରେ ରସେଲ ୨ଟି ଲେଖାଏଁ ୱିକେଟ ନେଇଛନ୍ତି ।

Leave A Reply

Your email address will not be published.