Latest Odisha News

BREAKING NEWS

ଯାହା ଭାବୁଥିଲେ ତାର ବୀପରିତ ହେଲା: ଗମ୍ଭୀର-କୋହଲି ବନ୍ଧୁ ହୋଇଗଲେ ପୂନର୍ବାର

ବେଙ୍ଗାଲୁର: ଆଇପିଏଲର ଗତ ସଂସ୍କରଣରେ ବିରାଟ କୋହଲି ଓ ଗୌତମ ଗମ୍ଭୀରଙ୍କ ବିବାଦ ବେଶ ଚର୍ଚ୍ଚାର କାରଣ ସାଜିଥିଲା । ନବୀନ ଉଲ ହକଙ୍କୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ସାଥୀ ଖେଳାଳି ଓ ଅମ୍ପାୟର ସେମାନଙ୍କୁ ଅଲଗା କରିଥିଲେ । ଚଳିତ ସଂସ୍କରଣରେ ଭାରତର ଏହି ଦୁଇ ମହାନ ଖେଳାଳି ପରସ୍ପରକୁ କିପରି ସାମ୍ନା କରୁଛନ୍ତି ସେ ନେଇ ପ୍ରଶଂସକ ଦ୍ୱନ୍ଦ୍ୱରେ ଥିଲେ । କୋଲକାତା ନାଇଟ ରାଇଡର୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ମଧ୍ୟରେ ଅନୁଷ୍ଠିତ ମ୍ୟାଚ ଅବସରରେ ଏହି ଦୁଇ ଖେଳାଳି ପରସ୍ପରକୁ ଆଲିଙ୍ଗନ କରିଥିବା ଦେଖିବାକୁ ମିଳୁଥିଲା । ଉଭୟଙ୍କ ମଧ୍ୟରେ କୌଣସି ଅଶାନ୍ତି ଥିବା ଭଳି ଅନୂଭବ ହୋଇ ନ ଥିଲା । ଗମ୍ଭୀରଙ୍କ ସହ କୋହଲି କଥା ହେଉଥିବା ମଧ୍ୟ ଦେଖିବାକୁ ମିଳିଥିଲା ।

ବିରାଟଙ୍କ ବିସ୍ଫୋରକ ଅର୍ଦ୍ଧଶତକ ସହାୟତାରେ ବେଙ୍ଗାଲୁର ୧୮୩ ରନର ଟାର୍ଗେଟ ପ୍ରଦାନ କରିଥିଲା । କୋହଲିଙ୍କ ଏହା ୫୨ତମ ଆଇପିଏଲ ଅର୍ଦ୍ଧଶତକ । ତେବେ ଅନ୍ୟ ବ୍ୟାଟ୍ସମ୍ୟାନଙ୍କ ବିଫଳତା ଯୋଗୁ ବେଙ୍ଗାଲୁର ବଡ ସ୍କୋର କରିପାରି ନ ଥିଲା । କୋହଲି ଅଧିକା ଛକା ମାରିବାରେ ଏମଏସ ଧୋନୀଙ୍କୁ ଅତିକ୍ରମ କରିଛନ୍ତି ।

Leave A Reply

Your email address will not be published.