Latest Odisha News

BREAKING NEWS

ମାୟାମି ଓପନ: ଟାଇଟଲ ସହ ଶୀର୍ଷ ସ୍ଥାନ ହାତେଇବା ଲକ୍ଷ୍ୟରେ ବୋପାନ୍ନା

ମାୟାମି: ଭାରତର ଷ୍ଟାର ଟେନିସ ଖେଳାଳି ରୋହନ ବୋପାନ୍ନା ଓ ଅଷ୍ଟ୍ରେଲିଆର ମାଥ୍ୟୁ ଏବଡେନ ଏଠାରେ ଅନୁଷ୍ଠିତ ମିୟାମି ଓପନ ପୁରୁଷ ଡବଲ୍ସ ଫାଇନାଲରେ ପ୍ରବେଶ କରିଛନ୍ତି । ସେମିଫାଇନାଲରେ ବୋପାନ୍ନା-ଏବଡେନ ୬-୧, ୬-୪ ସେଟରେ ସ୍ପେନର ମାର୍ସେଲ ଗ୍ରେନଲୋର୍ସ ଓ ଆର୍ଜେଂଟିନାର ହୋରେସିୟା ଜେବାଲୋସ ଯୋଡିଙ୍କୁ ପରାସ୍ତ କରିଥିଲେ । ଫାଇନାଲରେ ଏହି ଯୋଡି ଏବେ କ୍ରୋଏସିଆର ଇଭାନ ଡୋଡିଂ ଓ ଆମେରିକାର ଅଷ୍ଟିନ କ୍ରାଜସେକଙ୍କୁ ଭେଟିବେ । ପୁରୁଷ ଡବଲ୍ସ ର‌୍ୟାଙ୍କିଙ୍ଗରେ ବୋପାନ୍ନା ଦ୍ୱିତୀୟ ସ୍ଥାନକୁ ଖସି ଆସିଛନ୍ତି । ମାୟାମି ଓପନ ଟାଇଟଲ ଜିତି ସେ ଶୀର୍ଷ ସ୍ଥାନ ହାସଲ କରିବା ଲକ୍ଷ୍ୟରେ ରହିବେ ।

୪୪ ବର୍ଷରେ ଅଷ୍ଟ୍ରେଲିଆ ଓପନ ଟାଇଟଲ ଜିତି ସେ ବୟୋଜ୍ୟେଷ୍ଠ ଖେଳାଳି ଭାବେ ଏହି ସଫଳତା ହାସଲ କରିବାରେ ରେକର୍ଡ କରିଥିଲେ । ଓଭରାଲ ଏହା ତାଙ୍କ ୧୪ତମ ମାଷ୍ଟର୍ସ ଫାଇନାଲ ।

Leave A Reply

Your email address will not be published.