ନୂଆଦିଲ୍ଲୀ: ୧୩ ବର୍ଷ ପରେ ଭାରତର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ରଣଜୀ ଟ୍ରଫି ଖେଳିବାକୁ ଯାଉଛନ୍ତି । ଗୁରୁବାର ସେ ରେଲୱେ ବିପକ୍ଷ ମ୍ୟାଚରେ ଦିଲ୍ଲୀ ପକ୍ଷରୁ ଖେଳିବେ । କୋହଲି କେଉଁ ସ୍ଥାନରେ ବ୍ୟାଟିଂ କରିବେ ଦଳର ଅଧିନାୟକ ଆୟୂଷ ବଦାନୀ ସ୍ପଷ୍ଟ କରିଛନ୍ତି । ଫର୍ମରେ ନ ଥିବା ଜଂଟି ସିଦ୍ଧୁଙ୍କ ସ୍ଥାନରେ କୋହଲି ୪ ନମ୍ବର ସ୍ଥାନରେ ବ୍ୟାଟିଂ କରିବେ । ରିଷଭ ପନ୍ତଙ୍କ ପରେ ବିରାଟ ଭାଇ ମୋ ଅଧିନାୟକତ୍ୱ ଖେଳିବା ଗର୍ବର ବିଷୟ ବୋଲି ସେ କହିଛନ୍ତି । ପୂର୍ବରୁ ମୁଁ ଆଇପିଏଲରେ ବିରାଟ ଭାଇଙ୍କ ସହ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ପକ୍ଷରୁ ଖେଳିଛି । କୋଟଲା ପିଚରେ ଅତିରିକ୍ତ ଘାସ ଥିବାରୁ ଏହା ପେସରଙ୍କୁ ସୁହାଇବ ବୋଲି ଆଶା କରାଯାଉଛି । ଅତିରିକ୍ତ ପେସ ବୋଲର ସହ ଆମେ ଓହ୍ଲାଇବୁ ବୋଲି ବଦାନୀ କହିଛନ୍ତି । ନିକଟରେ ବିିସିସିଆଇ ଖାଲି ସମୟରେ ଘରୋଇ କ୍ରିକେଟ ଖେଳିବା ବାଧ୍ୟତାମୂଳକ କରିଛି ।
କୋହଲି ଭଲ ଫର୍ମରେ ନ ଥିବାରୁ ରଣଜୀ ମାଧ୍ୟମରେ ଏଥିରେ ପ୍ରତ୍ୟାବର୍ତନ କରିବାକୁ ଚାହିଁବେ । ଆଗକୁ ଇଂଲଣ୍ଡ ବିପକ୍ଷ ଦିିନିକିଆ ଓ ଚାମ୍ପିୟନ୍ସ ଟ୍ରଫିରେ ଏହା ତାଙ୍କୁ ସହାୟ ହେବ ବୋଲି ଆଶା କରାଯାଉଛି । ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜରେ କୋହଲି ୮ ଥର ଅଫ ସାଇଡ ବାହାରକୁ ଯାଉଥିବା ବଲ ଖେଳି ଆଉଟ ହୋଇଥିଲେ । ଇତି ମଧ୍ୟରେ ରୋହିତ ଶର୍ମା, ଯଶସ୍ୱୀ ଜୈସୱାଲ, ଶୁଭମନ ଗିଲ ମଧ୍ୟ ଚଳିତ ସିଜନରେ ରଣଜୀ ଖେଳି ସାରିଛନ୍ତି । ରେଲୱେ ୬ ମ୍ୟାଚରୁ ୧୭ ପଂଏଟ ହାସଲ କରିଛି । ବୋନସ ଅଙ୍କରେ ଦିଲ୍ଲୀକୁ ହରାଇଲେ ଦଳ ନକଆଉଟରେ ପ୍ରବେଶ କରିବ । ଦିଲ୍ଲୀ ୬ ମ୍ୟାଚରୁ ୧୪ ପଂଏଟ ହାସଲ କରି ଏହି ଦୌଡରେ ରହିଛି ।
Comments are closed.