Latest Odisha News

BREAKING NEWS

ରାଜ୍ୟସ୍ତରୀୟ କଳା ଉତ୍ସବ-୨୦୨୩ ଉଦଘାଟିତ

ଭୁବନେଶ୍ୱର : ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଆନୁକୂଲ୍ୟରେ ସ୍ଥାନୀୟ ୟୁନିଟ୍-୬ ସ୍ଥିତ ବାଳିକା ଉଚ୍ଚବିଦ୍ୟାଳୟ ପରିସରରେ ରାଜ୍ୟସ୍ତରୀୟ କଳା ଉତ୍ସବ-୨୦୨୩ ଅନୁଷ୍ଠିତ ହୋଇଯାଇଛି। ଶିକ୍ଷା ସହିତ କଳାକୁ ସମ୍ମାନିତ କରିବା ଓ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଲୁକ୍କାୟିତ ବିଭିନ୍ନ କଳାର ବିକାଶ ନିମନ୍ତେ ସୁଯୋଗ ସୃଷ୍ଟି କରିବା ହିଁଏହି କାର୍ଯ୍ୟକ୍ରମ ମୁଖ୍ୟ ଉଦ୍ଦେଶ୍ୟ।

କେନ୍ଦ୍ର ସରକାରଙ୍କର ଶିକ୍ଷା ମନ୍ତ୍ରଣାଳୟ ତଥା ଏନସିଇଆରଟି, ନୂଆଦିଲ୍ଲୀଙ୍କ ନିର୍ଦ୍ଦେଶନାମା ଅନୁଯାୟୀ ଆୟୋଜିତ ଏହି କାର୍ଯ୍ୟକ୍ରମରେବରଗଡ, ବାଲେଶ୍ଵର, ବଲାଙ୍ଗୀର, କୋରାପୁଟ, ଖୋର୍ଦ୍ଧା ଓ କଟକ ଆଦି ୬ଗୋଟି ଜୋନରୁ ମନୋନୀତ ହୋଇ ଆସିଥିବା ପାଖାପାଖି ୧୨୦ଜଣ ପ୍ରତିଯୋଗୀ କଣ୍ଠ ସଙ୍ଗୀତ, ଯନ୍ତ୍ର ସଙ୍ଗୀତ, ନୃତ୍ୟ, ଟୁ-ଡି, ଥ୍ରି-ଡି କଳା ପାରମ୍ପରିକ ଖେଳନା ପ୍ରସ୍ତୁତି, ଏକକ ଅଭିନୟ ଆଦି ପ୍ରତିଯୋଗିତାରେ ଭାଗ ନେଇଥିଲେ ।

Leave A Reply

Your email address will not be published.