Latest Odisha News

BREAKING NEWS

ପବ୍ଲିକ ଆଡମିନିଷ୍ଟ୍ରେସନରେ ଅତୁଳନୀୟ ଅବଦାନ ଯୋଗୁ କୋରାପୁଟ ଜିଲ୍ଲାପାଳ ପ୍ରଶଂସିତ 

ନୂଆଦିଲ୍ଲୀ: କୋରାପୁଟ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନଙ୍କୁ ସୋମବାର ଦିନ ପବ୍ଲିକ ଆଡମିନିଷ୍ଟ୍ରେସନରେ ତାଙ୍କର ଅତୁଳନୀୟ ଯୋଗଦାନ ଓ କାର୍ଯ୍ୟ ଯୋଗୁଁ ବିଜ୍ଞାନ ଭବନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁରସ୍କାର ପ୍ରଦାନ କରିଛନ୍ତି।

ଜିଲ୍ଲାଗୁଡ଼ିକର ହେଉଥିବା ସାମଗ୍ରିକ ବିକାଶ ବର୍ଗକୁ ଆଖି ଆଗରେ ରଖି ଏହି ପୁରସ୍କାର ପ୍ରଦାନ କରାଯାଇଥାଏ। ଯାହାକି  ପ୍ରଶାସନ ଏବଂ ବିକାଶରେ ଜିଲ୍ଲାର ବିକାଶକୁ ଦର୍ଶାଇ ଥାଏ।

ତେବେ ଏଥିପାଇଁ ୧୮ ଏପ୍ରିଲରେ, ମୁଖ୍ୟମନ୍ତ୍ରୀ ମୋହନ ମାଝୀ କୋରାପୁଟ କଲେକ୍ଟର ଏବଂ ତାଙ୍କ ଦଳକୁ ଅଭିନନ୍ଦନ ଜଣାଇଥିଲେ। ଜିଲ୍ଲାର ବିକାଶରେ ସେମାନଙ୍କର ପ୍ରୟାସ ଓ ପରିଶ୍ରମ ପ୍ରକୃତରେ ପ୍ରଶଂସାର ଯୋଗ୍ୟ ଓ ସେମାନେ ଆହୁରି ସଫଳତା ହାସଲ କରିବା ସହ ଅନ୍ୟ ମନଙ୍କୁ ପ୍ରେରଣା ଦିଅନ୍ତୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ତେବେ ଉପମୁଖ୍ୟମନ୍ତ୍ରୀ କେ ଭି ସିଂହଦେଓ ମଧ୍ୟ ଏଥିପାଇଁ ଏକ ପୋଷ୍ଟ ଲେଖି ପ୍ରଶଂସା ଜଣାଇଛନ୍ତି। ପ୍ରଭାବଶାଳୀ ଶାସନ ଏବଂ ସମାଜର ଉନ୍ନତି ପାଇଁ ନିଜକୁ ଚୁକ୍ତିବଦ୍ଧ କରି ରଖିବା ଓ ସମାଜର ସେବା ପ୍ରତି ନିଜକୁ ପ୍ରତିବଦ୍ଧ କରି ରଖିଥିବାରୁ କଲେକ୍ଟର ଓ ତାଙ୍କ ଦଳକୁ ସେ ଅଭିନନ୍ଦନ ଜଣାଇବା ସହ ଓଡ଼ିଶା ତାଙ୍କ ପାଇଁ ଗର୍ବିତ ବୋଲି ମଧ୍ୟ ସେ କହିଛନ୍ତି।

 

Comments are closed.