Latest Odisha News

BREAKING NEWS

କୋରାପୁଟରେ ପ୍ରବଳ ବର୍ଷାର ପୂର୍ବାନୁମାନ; ଜାରି ହେଲା ସତର୍କ ସୂଚନା

କୋରାପୁଟ: ବଙ୍ଗୋପସାଗରରେ ସୃଷ୍ଟ ଆଉ ଏକ ଲଘୁଚାପ ପ୍ରଭାବରେ ଅକ୍ଟୋବର ୧୯ ଏବଂ ୨୦ ରେ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରାଯାଇଛି। ଏହାକୁ ଦୃଷ୍ଟିରେ ରଖି କୋରାପୁଟ ଓ ଗଂଜାମ ଜିଲ୍ଲା ପ୍ରଶାସନ ନିଜକୁ ପ୍ରସ୍ତୁତ କରିଛନ୍ତି।

ଶନିବାର ଏହି ପରିପ୍ରେକ୍ଷୀରେ ଆୟୋଜିତ ଏକ ପ୍ରସ୍ତୁତି ବୈଠକରେ କୋରାପୁଟ ଜିଲ୍ଲାପାଳ ମଧୁସୂଦନ ମିଶ୍ର ଅଧିକାରୀମାନଙ୍କୁ ସମସ୍ତ ଜରୁରୀକାଳୀନ ପରିସ୍ଥିତି ପାଇଁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାଛଡା ଆସନ୍ତା ଦୁଇ ଦିନ ଜିଲ୍ଲା ମୁଖ୍ୟାଳୟ ଛାଡିନଯିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି।

ସୁରଲି ନଦୀର ଜଳସ୍ତର ବଢିଲେ ଭୂସ୍ଖଳନ ଭଳି ଘଟଣା ଘଟିବା ସହ ଅନେକ ଅଞ୍ଚଳ ଜଳମଗ୍ନ ହେବ। ଏଥିପାଇଁ ସଜାଗ ରହିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ।

ବର୍ଷା ହେତୁ ଯଦି କେଉଁଠି ଗଛ ଉପୁଡ଼ି ଯୋଗାଯୋଗରେ ବାଧା ସୃଷ୍ଟି କରେ ତେବେ ଏହାକୁ ଯଥାଶୀଘ୍ର ବ୍ୟବସ୍ଥିତ କରିବାକୁ ସମସ୍ତ ଯନ୍ତ୍ରପାତି ପ୍ରସ୍ତୁତ ରଖିବା ସହ ରାସ୍ତା ସଫା କରିବାକୁ PWD ବିଭାଗକୁ ନିର୍ଦ୍ଦେଶ ଜାରି ହୋଇଛି।

ବର୍ଷା ସମ୍ବନ୍ଧୀୟ ଯେକୌଣସି ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ ତହସିଲଦାରମାନଙ୍କୁ ସେମାନଙ୍କ ଅଞ୍ଚଳରେ ପ୍ରସ୍ତୁତି ଆରମ୍ଭ କରିବାକୁ କୁହାଯାଇଛି।

ଶନିବାର ଦିନ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲଙ୍ଗେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆୟୋଜିତ ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ଜରୁରୀକାଳୀନ ବୈଠକରେ କହିଛନ୍ତି ଯେ ଗତ ସପ୍ତାହରେ ପ୍ରବଳ ବର୍ଷା ହେତୁ ଡ୍ୟାମ, ନଦୀ ଓ ପୋଖରୀ ସମେତ ସମସ୍ତ ଜଳସ୍ରୋତ ଭର୍ତି ହୋଇ ଯାଇଛି । ଆଗକୁ ଆହୁରି ବର୍ଷା ହେଲେ ପରିସ୍ଥିତି ଆହୁରି ସଙ୍ଗୀନ ହୋଇ ପଡିବ ବୋଲି ସେ କହିଛନ୍ତି।

Leave A Reply

Your email address will not be published.