Latest Odisha News

BREAKING NEWS

ଧାରା ୩୭୦ ରଦ୍ଦକୁ କରୋନା ସହ ତୁଳନା କଲେ କାଶ୍ମୀର ନେତା, ତାପରେ ଏମିତି କହିଲେ

ଶ୍ରୀନଗର: ଜମ୍ମୁ ଓ କାଶ୍ମୀର ପିପୁଲ୍ସ କନଫରେନ୍ସର ସଭାପତି ସାଜାଦ ଗାନି ଲୋନ ରବିବାର ଦିନ କରୋନାଭାଇରସ ସଂକ୍ରମଣ ସହିତ ଧାରା ୩୭୦ ରଦ୍ଦକୁ ତୁଳନା କରିଛନ୍ତି ।

ଇଣ୍ଡିଆ ଟୁଡେ ଟିଭି ସହିତ ସ୍ବତନ୍ତ୍ର ସାକ୍ଷାତକାର କରି ସାଜାଦ ଗାନି ଲୋନ କହିଛନ୍ତି ଯେ ଯେପରି କୋଭିଡ-୧୯ ର ପାଞ୍ଚ ଦିନ ପରେ ଲକ୍ଷଣ ଦେଖାଏ, ସେପରି ଧାରା ୩୭୦ ରଦ୍ଦ ନିଷ୍ପତ୍ତିର ଲକ୍ଷଣ ପାଞ୍ଚବର୍ଷ ପରେ ଦେଖାଯିବ ।

ଧାରା ୩୭୦ ରଦ୍ଦ ଠାରୁ ଆରମ୍ଭ କରି ଲାଇନ୍ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲ୍ (LAC), କାଶ୍ମୀରବାସୀଙ୍କ ଆବଶ୍ୟକତା ପର୍ଯ୍ୟନ୍ତ ବିଭିନ୍ନ ପ୍ରସଙ୍ଗରେ ସାଜାଦ ଗାନି ଲୋନ୍ କହିଥିଲେ।

ଜୁଲାଇ ୩୧ରେ ଶ୍ରୀନଗରରେ ସାଜାଦ ଲୋନଙ୍କୁ ଗୃହବନ୍ଦୀ କରାଯାଇଥିଲା ଓ ପରେ ଧାରା ୩୭୦କୁ ରଦ୍ଦ କରିଦିଆଯାଇଥିଲା ।

ସାଜାଦ ଲୋନ ଟ୍ୱିଟରରେ ତାଙ୍କ ରିଲିଜ୍ ଖବରକୁ ସେୟାର କରି କହିଛନ୍ତି ଯେ ମୁଁ ଜଣେ ମୁକ୍ତ ବ୍ୟକ୍ତି।

ମୁକ୍ତ ହେବା ପରେ ସାଜାଦ କହିଛନ୍ତି ବିଜେପି ଘୃଣାର ରାଜନୀତି ବନ୍ଦ କରୁ ଓ ଲୋକଙ୍କ ହିତ ପାଇଁ କାମ କରୁ । ପୂର୍ବରୁ ସାଜାଦଙ୍କ ଦଳ ସହ ବିଜେପିର ଗଠବନ୍ଧନ ସରକାର ଥିଲା ।

Leave A Reply

Your email address will not be published.