Latest Odisha News

BREAKING NEWS

ସୁଲତାନ୍ ଆଜଲାନ ଶାହ କପ ହକି: ଭାରତକୁ ପରାସ୍ତ କରି କୋରିଆ ଚମ୍ପିଆନ

ଇପୋ: ମାଲେସିଆର ଇପୋଠାରେ ୬ଟି ରାଷ୍ଟ୍ରକୁ ନେଇ ଅନୁଷ୍ଠିତ ହୋଇଥିବା ସମ୍ମାନଜନକ ସୁଲତାନ ଆଜଲାନ୍ ଶାହ କପ୍ ହକି ଟୁର୍ଣ୍ଣାମେଣ୍ଟରେ କୋରିଆ ଭାରତକୁ ପରାସ୍ତ କରି ଚମ୍ପିଆନ ଆଖ୍ୟା ଅର୍ଜନ କରିଛି ।

ଭାରତ ଓ କୋରିଆ ମଧ୍ୟରେ ଅନୁଷ୍ଠିତ ଏହି ସଂଘର୍ଷପୂର୍ଣ୍ଣ ଫାଇନାଲ୍ ମ୍ୟାଚ ୧-୧ରେ ଡ୍ର ରହିବା ପରେ ପେନାଲ୍ଟି ସୁଟ୍ ଆଉଟର ସାହାଯ୍ୟ ନିଆଯାଇଥିଲା । ପେନାଲ୍ଟି ସୁଟଆଉଟରେ ଭାରତ ୪-୨ ଗୋଲରେ ପଛୁଆର ରହି କୋରିଆ ନିକଟରୁ ପରାସ୍ତ ହୋଇଛି ।

ଏଠାରେ ଉଲ୍ଲେଖଯୋଗ୍ୟ, ୫ଟି ମ୍ୟାଚ ଖେଳି ଭାରତ ପୁଲ୍ ଶୀର୍ଷସ୍ଥାନ ଅଧିକାର କରିଥିଲା । ଭାରତ ଜାପାନ, ପୋଲାଣ୍ଡ, କାନାଡ଼ା ଓ ମାଲେସିଆକୁ ପରାସ୍ତ କରିଥିବା ବେଳେ କୋରିଆ ସହିତ ମ୍ୟାଚ ଡ୍ର ରଖିଥିଲା ।

ଭାରତ ପୂର୍ବରୁ ୪ଥର ସୁଲତାନ ଆଜଲାନ ଶାହ କପ ଚମ୍ପିଆନ ହୋଇଥିବା ବେଳେ ଅଷ୍ଟ୍ରେଲିଆ ସର୍ବାଧିକ ୧୦ ଥର ଚମ୍ପିଆନ ହୋଇଛି । ପାକିସ୍ତାନ ୩ଥର ଏହି ଟ୍ରଫି ହାସଲ କରିପାରିଥିବା ବେଳେ କୋରିଆ ଓ ଜର୍ମାନୀ ୨ ଥର ଲେଖାଏଁ ଏହି ସମ୍ମାନଜନକ ଅନ୍ତରାଷ୍ଟ୍ରୀୟ ହକି ଚମ୍ପିଆନ ହୋଇପାରିଛନ୍ତି ।

Leave A Reply

Your email address will not be published.