Latest Odisha News

BREAKING NEWS

ଘାଟିରେ ଓଲଟିଲା ଗ୍ୟାସ ବୋଝେଇ ଟ୍ୟାଙ୍କର

ଜୟପୁର: ଘାଟିରେ ଓଲଟିଲା ଗ୍ୟାସ୍ ବୋଝେଇ ଟ୍ୟାଙ୍କର । କୋରାପୁଟ ଜିଲ୍ଲା ଜୟପୁର ନିକଟ ଘାଟିରେ ଭାରସାମ୍ୟ ହରାଇ ଏଲପିଜି ଗ୍ୟାସ ବୋଝେଇ ଟ୍ୟାଙ୍କର ଭାରସାମ୍ୟ ହରାଇ ଓଲଟି ପଡିଛି । ଏହି ଘଟଣା ପରେ ଟ୍ୟାଙ୍କରରୁ ଗ୍ୟାସ୍ ନିର୍ଗତ ହେଉଥିବା ଜଣା ପଡିଛି ।

ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଛି ପୋଲିସ ଓ ଅଗ୍ନିଶମ ବାହିନୀ । ଦୁର୍ଘଟଣାରେ ଜଣେ ଜଣ ଆହତ ହୋଇଛନ୍ତି । ଟ୍ୟାଙ୍କରରୁ ଗ୍ୟାସ୍ କିଭଳି ଅନ୍ୟ ଟ୍ୟାଙ୍କରକୁ ସ୍ଥାନାନ୍ତର କରାଯିବ ସେନେଇ ଜାରି ରହିଛି ଉଦ୍ୟମ ।

Comments are closed, but trackbacks and pingbacks are open.