କୋଟିଆ: ଆଉ କିଛି ଦିନ ପରେ କୋଟିଆରେ ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ । ରାଜନୈତିକ ବିଚାର ବିମର୍ଷ ଚାଲିଥିବା ବେଳେ ଏଜେଣ୍ଟଙ୍କ ମାଧ୍ୟମରେ ଅନୁପ୍ରବେଶ ଜାରି ରଖିଛି ଆନ୍ଧ୍ର ପ୍ରଶାସନ । ଦୁଇ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା ପରେ ଉଚ୍ଚସ୍ତରୀୟ କମିଟି ଗଠନ ହୋଇଛି। ସୁପ୍ରିମକୋର୍ଟରେ ମାମଲାର ବିଚାର ଚାଲିଥିବାବେଳେ ସବୁ ସୀମା ଟପିଛି ଆନ୍ଧ୍ର । ପଟାଙ୍ଗୀ ବ୍ଲକ ଓ ତହସିଲ କାର୍ୟ୍ୟାଳୟରେ ପହଞ୍ଚି କୋଟିଆରେ କେତେ ସରପଞ୍ଚ, କେତେ ସମିତି ସଭ୍ୟ, କେତେ ୱାର୍ଡ ମେମ୍ବର ଓ କେଉଁ ଜିଲ୍ଲା ପରିଷଦ ଜୋନରେ କିଏ କିଏ ପ୍ରତିଦ୍ବନ୍ଦିତା କରୁଛନ୍ତି ତାହାର ତଥ୍ୟ ଲୋଡିଥିଲେ ଆନ୍ଧ୍ର ସାଲୁର ସିଆଇ ଡି. ରୋହିନୀ ପତି, ରାମା ରାଓ ଓ ଇଶ୍ବର ରାଓ ସହ ତାଙ୍କ ଟିମ୍। ତେବେ ପଟାଙ୍ଗୀ ପ୍ରଶାସନଠାରୁ କୌଣସି ସନ୍ତୋଷଜନକ ତଥ୍ୟ ନ ପାଇ ଏହି ଟିମ ଫେରି ଯାଇଥିବା ଜଣାପଡିଛି।
କୋଟିଆରେ ନିର୍ବାଚନ ପ୍ରଚାର ତାତି ଜୋର ଧରିଥିବା ବେଳେ ନିର୍ବାଚନକୁ ଭଣ୍ଡୁର କରିବା ପାଇଁ ଆନ୍ଧ୍ର ପ୍ରୟାସ କରୁଥିବା ଅଭିଯୋଗ ହୋଇଛି । କୋଟିଆରେ ଉଭୟ ଜିଲ୍ଲା ପରିଷଦ ଓ ସରପଞ୍ଚ ପାଇଁ ଏକାଧିକ ପାର୍ଥି ନିର୍ବାଚନ ଦୌଡ଼ରେ ଥିବାରୁ ପଞ୍ଚାୟତରେ ନିର୍ବାଚନ ସ୍ତିତି ଏବେ ସରଗରମ ରହିଛି । ଗୋଟିଏ ପଟେ ସର୍ବ ଦଳୀୟ ପାର୍ଥି ଅନ୍ୟ ପଟେ ସ୍ଵାଧୀନ ପାର୍ଥି ପ୍ରଚାର ଚଲାଇଛନ୍ତି ।
କୋରାପୁଟ ଜିଲ୍ଲାର ତୁଙ୍ଗନେତା କୋଟିଆରେ ଇଲେକ୍ସନ ନ କରି ସିଲେକ୍ସନ କରିବାକୁ ଚାହୁଁଥିଲେ । ଆନ୍ଧ୍ରକୁ କଡା ଜବାବ ଦେବାକୁ ଏଭଳି ରଣନିତି ପ୍ରସ୍ତୁତ କରିଥିଲେ ସର୍ବ ଦଳୀୟ କମିଟି। ତେବେ ତରବରିଆ ନିଷ୍ପତ୍ତି ଏବଂ କୋଟିଆ ଅଞ୍ଚଳ ବାସୀଙ୍କ ସହ ଆଲୋଚନା ନକରି ପାର୍ଥି ଚୟନକୁ ବିରୋଧ କରି ଏକାଧିକ ସରପଞ୍ଚ ପାର୍ଥି ଓ ଜିଲ୍ଲା ପରିଷଦ ପାଇଁ ଜଣେ ସ୍ଵାଧିନ ଭାବେ ନାମାଙ୍କନ ପତ୍ର ଦାଖଲ କରି କୋଟିଆରେ ନିର୍ବାଚନ କରେଇବା ସୁନିଶ୍ଚିତ କରିବା ସହ ସର୍ବ ଦଳୀୟ କମିଟିକୁ ଚେଲେଞ୍ଜ କରିଛନ୍ତି କିଛି ପ୍ରାର୍ଥୀ । ‘ଆଗ ମାଟି ପଛେ ପାର୍ଟି’ ନାରାରେ ସର୍ବ ଦଳୀୟ ପ୍ରାର୍ଥୀ ନା ସାଧାରଣ ଲୋକଙ୍କ ପ୍ରାର୍ଥୀ ଏଥର କୋଟିଆରେ କିଏ ବାଜିମାତ କରିବ ତାହା କୋଟିଆର ୨୧ଖଣ୍ଡ ଗ୍ରାମବାସୀଙ୍କ ହାତରେ।
ଗୋଟିଏ ପଟେ ସର୍ବ ଦଳୀୟ କମିଟିର ସ୍ଵାଧୀନ ପାର୍ଥି ମମତା ଜାନୀ ପ୍ରଚାର ମୈଦାନରେ ଓହ୍ଲାଇଥିବା ବେଳେ କୋଟିଆରେ ପ୍ରଚାର କରିଛନ୍ତି ସ୍ଵାଧୀନ ପାର୍ଥି ଟିକାଇ ଗେମେଲ। ‘ମୁଁ କୋଟିଆ ଝିଅ ମମତା, ସର୍ବ ଦଳୀୟ ପ୍ରାର୍ଥୀ’ ମୁଁ ସର୍ବ ସାଧାରଣ ପାର୍ଥି କହିଛନ୍ତି ଟିକାଇ। ସେପଟେ ସର୍ବ ସାଧାରଣଙ୍କ ମତରେ ନିର୍ବାଚନ ଲଢୁଛି ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ଲୋକଙ୍କ ପାଖରେ ପହଞ୍ଚେଇବାର ମାଧ୍ୟମ ହେବା ସହ କୋଟିଆ ବିକାଶକୁ ନେଇ ସମସ୍ତଙ୍କୁ ଏକାଠି ନେଇ ନିର୍ବାଚନ ଲଢ଼ିବେ କହିଛନ୍ତି ମମତା।
କୋଟିଆରେ କୋରାପୁଟ ଜିଲ୍ଲା ପ୍ରଶାସନ ମତଦାନ ପାଇଁ ଯୋଜନା ଚଳାଇଥିବା ବେଳେ ଆନ୍ଧ୍ର ଏଜେଣ୍ଟଙ୍କ ମାଧ୍ୟମରେ ମନମାନୀ ଜାରି ରଖିଛି। ରାସ୍ତାକଡରେ ଡିଜିଟାଲ ସେବା ପ୍ରଦାନ, ଜଙ୍ଗଲ ଜମି ପଟ୍ଟା ବଣ୍ଟନ ସହ ଅନ୍ୟ ସେବା ଯୋଗାଇବାକୁ ପ୍ରତିଦିନ କାର୍ୟ୍ୟ ଜାରି ରଖିଛି। ଆନ୍ଧ୍ରର ଏଜେଣ୍ଟଙ୍କ ଉତ୍ପାତ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । କୋଟିଆରେ ରହିଥିବା ମତଦାନକୁ ପ୍ରଭାବିତ କରିବାକୁ ଏହିମାନେ ଚେଷ୍ଠା ଜାରି ରଖିଥିବାବେଳେ କାହିଁକି ପୁଲିସ ଓ ଜଲ୍ଲା ପ୍ରଶାସନ ସେମାନଙ୍କ ଉପରେ କାର୍ୟ୍ୟନୁଷ୍ଠାନ ଗ୍ରହଣ କରୁନି ତାହାକୁ ନେଇ ନାନା ପ୍ରଶ୍ନ ଉଠିଛି।
ଅନ୍ୟପକ୍ଷରେ କୋଟିଆରେ ପ୍ରଚାର କରୁଥିବା ବେଳେ କିଛି ପ୍ରାର୍ଥୀଙ୍କୁ ସେଠାକାର ଦଲାଲ୍ ଧମକଚମକ ଦେଇଥିବା ଜଣାପଡିଛି। ଓଡ଼ିଶାକୁ ଭୋଟ ଦେବୁ ନାହିଁ ବୋଲି ସ୍ୱାଧୀନ ପ୍ରାର୍ଥୀ ଟିକାଇ ଗେମେଲ ଓ ସରପଞ୍ଚ ପ୍ରାର୍ଥୀ ହୋଇଥିବା ବିଶ୍ବନାଥ ଖୀଲଙ୍କୁ କିଛି ଆନ୍ଧ୍ରଏଜେଣ୍ଟ ଧମକଚମକ ଦେଇଥିବା ଜଣାପଡିଛି।
ଏନେଇ ଜିଲ୍ଲାପାଳ ଅବଦ୍ଦଲ ଏମ. ଅଖତର କହିଛନ୍ତି ଯେ, କୌଣସି ପରିସ୍ଥିତିରେ କୋଟିଆରେ କିଏ ବି ଚାହିଁଲେ ନିର୍ବାଚନ ବନ୍ଦ କରାଇପାରିବେ ନାହିଁ। ସମ୍ବିଧାନ ଅନୁସାରେ ଏହିଠାରେ ନିର୍ବାଚନ ହେବ ହିଁ ହେବ। ପଟାଙ୍ଗି ଆସିଥିବା ଆନ୍ଧ୍ର ପୋଲିସ ସିକ୍ୟୁରିଟି ସମ୍ପର୍କରେ କହିବାରୁ ତାଙ୍କୁ ଜବାବ ଦିଆଯାଇଛି ।ଆମେ ସବୁ ଦିଗକୁ ଦେଖି ପଦକ୍ଷେପ ଗ୍ରହଣ କରୁଛୁ ବୋଲି ସେ କହିଛନ୍ତି।
Comments are closed.