Latest Odisha News

BREAKING NEWS

ଲାସା ଜ୍ୱର ମହାମାରୀର ରୂପ ନେବ: ସ୍ୱାସ୍ଥ୍ୟ ଅଧିକାରୀ

ନୂଆଦିଲ୍ଲୀ: ଗୋଟିଏ ପଟେ କରୋନା ଚିନ୍ତା ସରିନଥିବା ଏବେ ପୁଣି ଲାସା ଜ୍ୱରକୁ ନେଇ ଚିନ୍ତା ବଢିଲାଣି । ଏହା କୌଣସି ସାଧାରଣ ଜ୍ୱର ନୁହେଁ । ଜଣେ ବ୍ୟକ୍ତିର ଜୀବନ ନେବାର କ୍ଷମତା ରଖେ ଏହି ଜ୍ୱର । ବ୍ରିଟେନରେ ଏହି ଜ୍ୱର ୩ ଜଣଙ୍କ ଜୀବନ ନେଲାଣି । ସ୍ୱାସ୍ଥ୍ୟ ଅଧିକାରୀମାନେ ଏହା ମହାମାରୀର ଅନ୍ୟ ଏକ ରୂପ ନେବ ବୋଲି ଆଶଙ୍କା ରଖିଛନ୍ତି ।

ଲାସା ଜ୍ୱର ପଶ୍ଚିମ ଆଫ୍ରିକିୟ ଦେଶରୁ ଆସିଥିବା ଲୋକଙ୍କ ଦେହରେ ଥିବା ଜଣାପଡ଼ିଛି । ଫେବ୍ରୁଆରୀ ୧୧ ତାରିଖରେ ପ୍ରଥମେ ଏହି ଜ୍ୱରକୁ ଚିହ୍ନଟ କରାଯାଇଥିଲା । ଏହାରି ଭିତରେ ଏହି ଜ୍ୱର ୩ ଜଣଙ୍କ ଜୀବ ନେଇ ସାରିଲାଣି । ଲାସା ଜ୍ୱରର ମୃତ୍ୟୁ ହାର ବର୍ତ୍ତମାନ ଯଥେଷ୍ଟ କମ ରହିଛି । ତେବେ ଏହା ଗର୍ଭବତୀଙ୍କ ପାଇଁ ଘାତକ ହୋଇପାରେ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ ମାନେ କହିଛନ୍ତି ।

ସୂଚନା ଅନୁସାରେ, ଏହି ଜ୍ୱରରେ ପୀଡ଼ିତ ୮୦ରୁ୮୫ ପ୍ରତିଶତ ଭାଗ ଲୋକଙ୍କ ଶରୀରରେ ଲକ୍ଷଣ ଦେଖାଯାଉ ନାହିଁ । ବାର୍ଷିକ ପାଖାପାଖି ୧ରୁ ୩ ଲକ୍ଷ ଲୋକ ଲାସା ଜ୍ୱରରେ ପୀଡ଼ିତ ହେଉଛନ୍ତି । ଏମାନଙ୍କ ମଧ୍ୟରେ ପ୍ରାୟ ୫ ହଜାର ଲୋକଙ୍କ ଜୀବନ ଯାଉଥିବା ଜଣାପଡ଼ିଛି ।

Comments are closed, but trackbacks and pingbacks are open.