Latest Odisha News

BREAKING NEWS

ପ୍ରେମିକକୁ ବାଏବାଏ କହିଲେ ଟାଇଗରଙ୍କ ଭଉଣୀ

ମୁମ୍ବାଇ: ଟାଇଗରଙ୍କ ଭଉଣୀ, ଜ୍ୟାକି ସ୍ରଫଙ୍କ ଲାଡଲି କ୍ରିଷ୍ଣା ସ୍ରଫ୍ । ବେଶ କିଛିବର୍ଷ ଧରି କ୍ରିଷ୍ଣାଙ୍କର ବାସ୍କେଟ ବଲ୍ ଖେଳାଳି ଇବାନ୍ ହେମ୍ସଙ୍କ ସହ ପ୍ରେମ ସଂପର୍କ ରହିଥିଲା । ହେଲେ ନିକଟରେ ଖୋଦ କ୍ରିଷ୍ଣା ସୋସିଆଲ ମିଡିଆରେ ତାଙ୍କ ସଂପର୍କ ଛିନ୍ନ କରିଥିବା ଏକ ଲମ୍ବା ଚଉଡା ପୋଷ୍ଟ ଜରିଆରେ ଜଣାଇଛନ୍ତି ।

କ୍ରିଷ୍ଣା ଓ ଇବାନ୍ ନିଜ ପ୍ରେମ ସଂପର୍କକୁ ନେଇ ଏତେଟା ଲାଜକୁଳା ନଥିଲେ । ସୋସିଆଲ ମିଡିଆରେ ଅନେକ ସମୟରେ ଦୁହେଁ ନିଜର ଫଟୋ ସେୟାର କରିବାକୁ ଭଲ ପାଉଥିଲେ । ଏପରିକି ଲକଡାଉନ୍ ସମୟରେ ଦୁହିଁଙ୍କର ଅନେକ ରୋମାଣ୍ଟିକ ଫଟୋ ଦେଖିବାକୁ ମିଳିଥିଲା । ହେଲେ ଇବାନ୍‌ଙ୍କ ସହ ସଂପର୍କ ଭାଙ୍ଗିବା ପରେ କ୍ରିଷ୍ଣା ସେହି ସମସ୍ତ ଫଟୋଗୁଡିକୁ ଡିଲିଟ୍ କରିଦେଇଥିବା ଜଣାପଡିଛି ।

ଜଣେ କମନ୍ ଫ୍ରେଣ୍ଡ ଜରିଆରେ କ୍ରିଷ୍ଣାଙ୍କର ଇବାନ୍‌ଙ୍କ ସହ ବନ୍ଧୁତା ହୋଇଥିଲା । ପରେ ବନ୍ଧୁତା ପ୍ରେମ ସଂପର୍କରେ ରୂପାନ୍ତରିତ ହୋଇଥିଲା । ଇବାନ୍ ଜଣେ ବାସ୍କେଟ ବଲ ଖେଳାଳି । ଫିଟନେସ୍ ଓ ସଙ୍ଗୀତରେ ବି ସେ ଖାସ୍ ରୁଚି ରଖନ୍ତି । ତେବେ କ୍ରିଷ୍ଣା ବି ଜଣେ ଫିଟନେସ୍ ଫଲୋଅର୍ ହୋଇଥିବାରୁ ଦୁହେଁ ପରସ୍ପର ପ୍ରତି ଆକର୍ଷିତ ହୋଇଥିଲେ ।

Comments are closed.