Latest Odisha News

ନଦୀକୁ ଡେଇଁଲେ ମହିଳା; ଓଡିଆ ଅଭିନେତାଙ୍କ ପତ୍ନୀ ବୋଲି ଚର୍ଚ୍ଚା!

କଟକ: କଟକର ମଧୁସୂଦନ ବ୍ରିଜ ଉପରୁ ମହାନଦୀକୁ ଜଣେ ମହିଳା ରବିବାର ଦିନ ଡେଇଁ ପଡିଥିଲା ବେଳେ ତାଙ୍କୁ ଉଦ୍ଧାର କରାଯାଇଛି ।

BjdElectrycity

ସୂଚନାନୁଯାୟୀ, ସମ୍ପୃକ୍ତ ମହିଳା ଜଣକ ବ୍ରିଜ୍ ନିକଟରେ ଗାଡି ରଖି ନଦୀକୁ ଡେଉଁଥିବା ନେଇ ସ୍ଥାନୀୟ ଲୋକମାନେ ଦେଖିବାକୁ ପାଇଥିଲେ । ଯାହା ପରେ ସଙ୍ଗେସଙ୍ଗେ ପୋଲିସକୁ ଖବର ଦିଆଯାଇଥିଲା । କିଛି ମିନିଟ୍ ମଧ୍ୟରେ ସେମାନେ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରିଥିଲେ।

ତେବେ ତାଙ୍କର ବୟାନ ରେକର୍ଡ କରାଯିବା ପରେ ମହିଳାଙ୍କୁ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ।

ଆହୁରି ମଧ୍ୟ ସମ୍ପୃକ୍ତ ମହିଳା ଜଣକ ଓଲିଉଡ୍ ଅଭିନେତା ଅମ୍ଲାନ ଦାସଙ୍କ ଧର୍ମ ପତ୍ନୀ ବୋଲି ସୁତ୍ରରୁ ପ୍ରକାଶ । ଦୁହିଁଙ୍କର ବିବାହ ଚଳିତ ବର୍ଷ ଫେବୃଆରୀ ୭ ତାରିଖରେ ସମ୍ପନ୍ନ ହୋଇଥିଲା।

ସମ୍ପୃକ୍ତ ମହିଳାଙ୍କ ସ୍ବାମୀ ଥାନାରେ ପହଞ୍ଚିଥିବା ଜଣାପଡିଛି।

 

 

Leave A Reply

Your email address will not be published.