Latest Odisha News

ମାଲକାନଗିରି ଜିଲ୍ଲାପାଳଙ୍କୁ ଧରିଲା ପୋଲିସ

ମାଲକାନଗିରି: ମାଲକାନଗିରି ଜିଲ୍ଲାପାଳଙ୍କ ବ୍ୟକ୍ତିଗତ ସହାୟକ (ପିଏ) ଦେବ ନାରାୟଣ ପଣ୍ଡାଙ୍କ ହତ୍ୟାକାଣ୍ଡ ଘଟଣାରେ ସମ୍ପୃକ୍ତି ନେଇ ପୋଲିସ ରବିବାର ଦିନ ଜିଲ୍ଲାପାଳ ମନିଷ ଅଗ୍ରୱାଲ ଓ ୪ ଜଣ କର୍ମଚାରୀଙ୍କ ବିରୋଧରେ ଏକ ମାମଲା କରୁଛି ।

ଏସଡିଜେଏମ୍ କୋର୍ଟଙ୍କ ନିର୍ଦ୍ଦେଶ ପରେ ପୋଲିସ ଆଇପିସି ଧାରାର ୩୦୨, ୫୦୬, ୨୦୧, ୨୦୪, ୧୨୦ (ଖ) ଏବଂ ୩୪ ଲଗାଇଛି ।

ସ୍ୱର୍ଗତ ପଣ୍ଡାଙ୍କ ପତ୍ନୀ ବନଜା ପଣ୍ଡା ଏନେଇ ଏକ ପିଟିସନ୍ କୋର୍ଟରେ ଦାଏର କରିଥିଲେ । ଯାହା ପରେ କୋର୍ଟ ଏଭଳି ନିଷ୍ପତ୍ତି ନେଇଥିଲେ ।

ଉଲ୍ଲେଖଯୋଗ୍ୟ, ଶ୍ରୀ ପଣ୍ଡା ନିଖୋଜ ହେବାପରେ ଗତ ବର୍ଷ ଡିସେମ୍ବର ୨୭ ତାରିଖରେ ବନଜା ଥାନାରେ ଅଭିଯୋଗ କରିଥିଲେ ।

 

Leave A Reply

Your email address will not be published.