Latest Odisha News

ଯୁକ୍ତ ୩ ନାମଲେଖା ପାଇଁ ପ୍ରକାଶ ପାଇଲା କଟ୍ ଅଫ୍ ମାର୍କ, ଅନ୍ୟ କଲେଜଠୁ ପଛରେ ବିଜେବି ଓ ରେଭେନ୍ସା

ଭୁବନେଶ୍ୱର: ସ୍ନାତକରେ ନାମଲେଖା ପାଇଁ ଆଜି କଟ୍ ଅଫ୍ ମାର୍କ ପ୍ରକାଶ ପାଇଛି । ଯୁକ୍ତ ତିନି ପ୍ରଥମ ପର୍ଯ୍ୟାୟ ନାମଲେଖା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କଲେଜ୍ ଅନୁଯାୟୀ କଟ୍ ଅଫ୍ ମାର୍କ ପ୍ରକାଶ ପାଇଛି । କଳା ଓ ବିଜ୍ଞାନରେ ରାଜ୍ୟର ଅନ୍ୟ କଲେଜ ବିଜେବି ଓ ରେଭେନ୍ସାକୁ ପଛରେ ପକାଇଛନ୍ତି ।

କଳାରେ ବାଲେଶ୍ୱରର ଫକୀର ମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟ ଏବଂ ଏମପିସି ବାରିପଦା ଆଗରେ ରହିଥିବା ବେଳେ ବିଜ୍ଞାନରେ ପୁରୀ ଏସସିଏସ୍ କଲେଜ୍ ସର୍ବାଧିକ କଟ୍ ଅଫ୍ ମାର୍କ ନେଇଛି । ଇଣ୍ଟିଗ୍ରେଟେଡ ବିଏଡ୍‌ ଥିବା କଲେଜ ଗୁଡ଼ିକରେ କଟ୍‌ଅଫ ମାର୍କ ଅଧିକ ରହିଛି ।

ପୁରୀ ଏସସିଏସ୍ କଲେଜରେ କେମିଷ୍ଟ୍ରି କଟ ଅଫ୍ ମାର୍କ ୯୪.୫୦ ପ୍ରତିଶତ ରହିଥିବା ବେଳେ ଗଣିତ ପାଇଁ ୯୪ ପ୍ରତିଶତ, ବଟାନୀ ପାଇଁ ୯୫.୬୦ ପ୍ରତିଶତ କଟ୍ ଅଫ୍ ମାର୍କ ନିଆଯାଇଛି । ସେହିଭଳି ଏମପିସି ବାରିପଦାରେ ଜୁଲୋଜି ପାଇଁ କଟ୍ ଅଫ୍ ମାର୍କ ୯୪.୮୩ ପ୍ରତିଶତ ରହିଥିବା ବେଳେ ଏଫଏମ ବାଲେଶ୍ୱର/ଏମ୍‌ପିସି ବାରିପଦାରେ ରାଜନୀତି ବିଜ୍ଞାନ ପାଇଁ କଟ୍ ଅଫ୍ ମାର୍କ ରହଛି ୯୧.୮୩ ପ୍ରତିଶତ ।

ଚଳିତବର୍ଷ ୨ ଲକ୍ଷ ୨୩ ହଜାର ୩୧୦ ଜଣ ଛାତ୍ରଛାତ୍ରୀ ଯୁକ୍ତ ତିନିରେ ନାମ ଲେଖାଇବା ପାଇଁ ଆବେଦନ କରିଥିଲେ । ପ୍ରଥମ ପର୍ଯ୍ୟାୟରେ ନାମ ଲେଖାଇବା ପାଇଁ ୧ ଲକ୍ଷ ୭୪ ହଜାର ୧୯୫ ଜଣ ମନୋନୀତ ହୋଇଛନ୍ତି ।

Leave A Reply

Your email address will not be published.