Latest Odisha News

BREAKING NEWS

ଭିନ୍ନ ପରମ୍ପରା: ପୁଅ ଘର ଲୋକ ଝିଅକୁ ଦିଅନ୍ତି ମାଛ ଦାନ୍ତର ହାର

ଅଷ୍ଟ୍ରେଲିଆ: ଦୁନିଆରେ ଯେତେ ଦେଶ ଅଛି ସେତେ ରୀତିନୀତି ଅଛି । ଆଉ ବାହାଘରକୁ ନେଇ ଭିନ୍ନ ଭିନ୍ନ ପରମ୍ପରା ପାଳନ କରାଯାଇଥାଏ । ଅଷ୍ଟ୍ରେଲିଆରେ ଥିବା ଫିଜିୟାନ ହେଉଛି ଏକ ଛୋଟ ଦ୍ୱୀପ ଯେଉଁଠାରେ ଲୋକମାନେ ଅନେକ ରୀତିନୀତି ପାଳନ କରିଥାନ୍ତି । ସାଧାରଣତଃ ବିବାହ ସମୟରେ ପୁଅ ଘର ପକ୍ଷରୁ ସୁନାର ହାର ଝିଅକୁ ଦିଆଯାଇଥାଏ । କିନ୍ତୁ ଏଠାରେ ବିବାହ ପୂର୍ବରୁ ପୁଅ ଝିଅକୁ ଉପହାର ସ୍ୱରୂପ ଏକ ମାଛ ଦାନ୍ତର ହାର ଦେଇଥାଏ ।

ଅଷ୍ଟ୍ରେଲିଆର ଫିଜିୟାନରେ ଭିନ୍ନ ପ୍ରଜାତିର ବାଘ ମାଛ ଦାନ୍ତକୁ ଟାବୁଆ କୁହାଯାଏ । ଏ ନେଇ ଲୋକଙ୍କ ବିଶ୍ୱାସ ରହି ଆସିଛି ଯେ, ଯେତେବେଳେ ପୁଅ ନିଜ ପାଇଁ ଝିିଅ ବାଛିଥାଏ, ସେତେବେଳେ ଝିଅର ପରିବାରକୁ ଏକ ମାଛ ଦାନ୍ତ ହାର ବା ଟାବୁଆ ଉପହାର ଦେଇଥାଏ । ଏହି ଦାନ୍ତ ହାର ଉପହାର ଝିିଅ ହାତରେ ପ୍ରଦାନ କରାଯାଇଥାଏ । ତାପରେ ବିବାହ ସ୍ଥିର ବୋଲି ଧରାଯାଏ । କେବଳ ବିବାହ ସମୟରେ ଟାବୁଆ ଉପହାର ଦେବା ପରମ୍ପରା ନାହିଁ । ଏହି ଟାବୁଆକୁ ଲୋକମାନେ ଅନ୍ତିମ ସଂସ୍କାର, ଜନ୍ମ କିମ୍ବା କ୍ଷମା ମାଗିବା ସମୟରେ ମଧ୍ୟ ଉପହାରସ୍ୱରୂପ ଏହି ଦାନ୍ତ ପ୍ରଦାନ କରାଯାଇଥାଏ ।

ଏହି ଉପହାର ଦେବାର କାରଣ ହେଉଛି, ଉଭୟଙ୍କ ଭିତରେ ସମ୍ପର୍କ ବା ପ୍ରତିଶ୍ରୁତି ମଜବୁତ ହେବା । ଏହି ଦାନ୍ତର ଆକାର ଭିନ୍ନ ଭିନ୍ନ ହୋଇଥାଏ । ଲୋକମାନେ ଏହାକୁ ସ୍ଥାନୀୟ ଦୋକାନରୁ ମଧ୍ୟ କିଣିଥାନ୍ତି । ଏହି ପରମ୍ପରାକୁ ଏଠାକାର ଲୋକ ଲମ୍ବା ସମୟ ଧରି ମାନି ଆସୁଛନ୍ତି । ଏହାକୁ କେବଳ ଗ୍ରାମାଞ୍ଚଳରେ ନୁହେଁ ଏବେ ସହରାଞ୍ଚଳରେ ବି ପାଳନ କଲେଣି । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଏକ ଟାବୁଆ ମୂଲ୍ୟ ହଜାରେ ଡଲାର ପର୍ଯ୍ୟନ୍ତ ହୋଇପାରେ । ୧ କିଲୋଗ୍ରାମ ଦାନ୍ତର ମୂଲ୍ୟ ୮୦ ହଜାର ଟଙ୍କା ପର୍ଯ୍ୟନ୍ତ ହୋଇଥାଏ । ଲୋକମାନେ ଏପରି ଦାମୀ ଦାନ୍ତ ମଧ୍ୟ କିଣନ୍ତି କାରଣ ଏହା ସେମାନଙ୍କର ସମ୍ମାନର ବିଷୟ ।

ଅନେକ ଲୋକ ନିଜ ସକ୍ଷମ ଅନୁସାରେ ଗୋଟିଏ ଦାନ୍ତ କିଣନ୍ତି । ଏହାକୁ ଏକ ଫିତାରେ ବାନ୍ଧି ଉପହାର ଦେଇଥାନ୍ତି । ଆଉ କିଛିଲୋକ ହାର ପରି ଉପହାର ଦିଅନ୍ତି । ପ୍ରାୟତଃ ଲୋକମାନେ ଏହି ଭିନ୍ନ ପ୍ରଜାତିର ମୃତ ମାଛକୁ ଆଣି ତାହାର ଦାନ୍ତ ବାହାର କରିଥାନ୍ତି । ଆଉ କିଛିଲୋକ ଏହାକୁ ଶୀକାର କରି ମଧ୍ୟ ଦାନ୍ତ ସଂଗ୍ରହ କରିଥାନ୍ତି ।

Leave A Reply

Your email address will not be published.