Latest Odisha News

BREAKING NEWS

‘କୃଷ୍ଣଯଶ’ ଓ ‘ସହିଷ୍ଣୁ ପାଷାଣ’ ଉନ୍ମୋଚିତ

ଭୁବନେଶ୍ୱର : ପ୍ରକାଶନୀ ସଂସ୍ଥା ଅଭିମାନ ପକ୍ଷରୁ ପ୍ରଥମ ପୁସ୍ତକ ଉନ୍ମୋଚନ ପର୍ବ , ସ୍ଥାନୀୟ ବୁଦ୍ଧ ମନ୍ଦିର ପରିସରରେ ଆୟୋଜିତ ହୋଇଯାଇଛି। ଏହି ଅବସରରେ କବି ଗୋଲକ ବିହାରୀ ରଥଙ୍କର “କୃଷ୍ଣ ଯଶ “ଏବଂ ଅନୁବାଦକ ପ୍ରଦୀପ ରାୟଙ୍କର ଅନୂଦିତ ପୁସ୍ତକ “ସହିଷ୍ଣୁ ପାଷାଣ” ଉନ୍ମୋଚିତ ହୋଇଯାଇଛି।

ଏହି ସାରସ୍ୱତ ସଭାରେ କବି ରାଜେନ୍ଦ୍ର କିଶୋର ପଣ୍ଡା, ଲେଖକ ନୃସିଂହ ଚରଣ ସାହୁ, ଅନୁବାଦିକା କନକ ମଞ୍ଜରୀ ସାହୁ, କବି ମମତା ଦାଶ, ଅନୁବାଦକ ପ୍ରଦୀପ ରାୟ, କଥାକାର ଜ୍ୟୋତି ନନ୍ଦ , କବି ଶୈଳଜ ରବି ଏବଂ ଲେଖକ ରାଜ ଜିଶୋର ଦାସ ଅତିଥି ଭାବରେ ଯୋଗ ଦେଇଥିଲେ।

କବି ଶ୍ରୀ ରଥଙ୍କର କବିତା ସଙ୍କଳନ ‘କୃଷ୍ଣଯଶ’ ବିଷୟରେ ଆଲୋଚନା କରି କବି ଶ୍ରୀ ପଣ୍ଡା କହିଲେ ଯେ କବି କବିତା ମାଧ୍ୟମରେ ତାଙ୍କ ଅନ୍ତରର କୃଷ୍ଣପ୍ରେମକୁ ଭକ୍ତିଭାବରେ ପ୍ରକାଶ କରିବା ସହ କୃଷ୍ଣଙ୍କ ପ୍ରତି ତାଙ୍କର ଭକ୍ତିରସକୁ ଉନ୍ମୋଚିତ କରିଛନ୍ତି।

ଲେଖକ ତଥା ପ୍ରକାଶକ ରାଜ କିଶୋର ଦାସଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅନିନ୍ଦିତା ଦାସ, ନଳିନୀ ଦାଶ, ଶ୍ୟାମା କିଙ୍କର ମହାନ୍ତି, ବିଜୟରାମ ତ୍ରିପାଠୀ ପ୍ରମୁଖ ସଙ୍ଗୀତ ପରିବେଷଣ କରିଥିଲେ ଏବଂ ସୁପ୍ରିୟା ପଣ୍ଡା , ଶିବାନନ୍ଦ ବାରିକ ଓ ନିଷ୍ଠା ଦାଶ ସଂଯୋଜନା କରିଥିଲେ। କବି ଶ୍ରୀ ରଥ ଏବଂ ଲେଖକ ଶ୍ରୀ ରାୟ ଲେଖକୀୟ ଅଭିଭାଷଣ ପ୍ରଦାନ କରିଥିଲେ।

ଏହି କାର୍ଯ୍ୟକ୍ରମଟିକୁ ସୂଚାରୁ ରୂପେ ସମ୍ପାଦନ କରିବା ପାଇଁ ସ୍ମୃତି ରଞ୍ଜନ ତ୍ରିପାଠୀ, ସୁବ୍ରତ ଜେନା ଓ ଲକ୍ଷ୍ମୀ ପ୍ରସାଦ ରାଉତ ବିଶେଷ ଭାବରେ ସହଯୋଗ କରିଥିଲେ।

ଏହି କାର୍ଯ୍ୟକ୍ରମରେ ବହୁ ବିଶିଷ୍ଟ ଲେଖକ, ଲେଖିକା , ବୁଦ୍ଧିଜୀବୀ , ସାମ୍ବାଦିକ ତଥା ସାହିତ୍ୟପ୍ରେମୀ ଯୋଗ ଦେଇଥିଲେ।

 

Comments are closed.