Latest Odisha News

BREAKING NEWS

ବିବାହ କରିବେ ‘କୁଛ କୁଛ ହୋତା ହୈ’ର ଛୋଟେ ସର୍ଦାର !

ମୁମ୍ବାଇ: ଫିଲ୍ମ ‘କୁଛ କୁଛ ହୋତା ହୈ’ର ଏହି କ୍ୟୁଟ୍ ସର୍ଦ୍ଦାର । ଏହି କୁନି ଚରିତ୍ରଙ୍କୁ କିଏ ବା ନ ଜାଣେ । ହେଲେ ବୋଧ ହୁଏ ଏହି କ୍ୟୁଟ ସର୍ଦ୍ଦାରଙ୍କ ପ୍ରକୃତ ନାଁ ଅନେକଙ୍କୁ ଅଜଣା ଥିବ । ଦିନେ କୁନି କଳାକାର ଭାବେ ସମସ୍ତଙ୍କୁ ଏଣ୍ଟରଟେନ କରିଥିବା ଏହି ଚରିତ୍ର ଆଜି ବହୁତ ବଡ ହୋଇଗଲେଣି । ତାଙ୍କ ପରିଚୟ ପର୍ଜାନ୍ ଦସ୍ତୁର ।

ଫିଲ୍ମ କୁଛ କୁଛ ହୋତା ହୈରେ ପର୍ଜାନଙ୍କର ମାତ୍ର ଗୋଟିଏ ଡାଇଲଗ ରହିଥିଲା । “Tussi Jaa Rahe Ho, Tussi Na Jao” ବାସ୍ ଏହି ଡାଇଲଗ ପାଇଁ ଆଜି ବି ଦର୍ଶକ ତାଙ୍କୁ ମନେ ରଖିଛନ୍ତି । ତେବେ ଖୁବଶୀଘ୍ର ପର୍ଜାନ ବିବାହ କରିବାକୁ ଯାଉଛନ୍ତି । ନିଜ ପ୍ରେମିକା ଡେଲନା ସ୍ରଫଙ୍କୁ ସେ ୨୦୨୧, ଫେବ୍ରୁଆରୀରେ ବିବାହ କରିବେ । ଏ ନେଇ ଖୋଦ ପର୍ଜାନ୍ ସୋସିଆଲ ମିଡିଆରେ ଏକ ଫଟୋ ସେୟାର କରି ଜଣାଇଛନ୍ତି ।

‘କୁଛ କୁଛ ହୋତା ହୈ’ ଛଡା ଫିଲ୍ମ ହମ୍ ତୁମ୍‌ରେ ବି ସେ ନିଜ କଣ୍ଠଦାନ କରିଥିଲେ । ତା ଛଡା ୨୦୦୯ରେ ରିଲିଜ ହୋଇଥିବା ଫିଲ୍ମ ସିକନ୍ଦରରେ ଅଭିନୟ କରିବା ସହ ପକେଟ୍ ମନି ନାମକ ଏକ ସର୍ଟଫିଲ୍ମର ପ୍ରଯୋଜକ ସାଜିଥିଲେ ।

Leave A Reply

Your email address will not be published.