Latest Odisha News

BREAKING NEWS

ଆଜି ନବମୀ; ଆସନ୍ତାକାଲି ସିନ୍ଦୁର ଖେଳରେ ବିଦାୟ ନେବେ ମାଆ !

ଭୁବନେଶ୍ୱର: ଅନ୍ତିମ ପର୍ଯ୍ୟାୟରେ ମାଆଙ୍କ ଶାରଦୀୟ ଦୁର୍ଗାପୂଜା । ବିଜୟାଦଶମୀରେ ମେଲାଣି ନେବେ ମାଆ ଦଶଭୁଜା । ପୁଣି ଅପେକ୍ଷା ଆଉ ଏକ ବର୍ଷକୁ।

ବଙ୍ଗୀୟ ପରମ୍ପରା ଅନୁସାରେ ଦେବୀଙ୍କୁ ମେଲାଣି ପୂର୍ବରୁ ସିନ୍ଦୁର ଖେଳର ଏକ ନିଆରା ପରମ୍ପରା ରହିଥାଏ। ସିନ୍ଦୁର ଖେଳି ମାଆଙ୍କୁ ମେଲାଣି ଦିଅନ୍ତି ସାଧବା ମାନେ । କିଏ ପାନ ବରଣୀ କରି ଦିଏ ଆଉ କିଏ ଧୂପଦୀପରେ ବନ୍ଦେଇ ଦିଏ। ବିଶେଷ କରି ଏହା କଲିକତାରେ ପାଳନ ହେଉଥିବା ବେଳେ ମହିଳାମାନେ ପରସ୍ପର ମୁହଁରେ ସିନ୍ଦୁର ଲଗେଇ ଦଶହରା ଉତ୍ସବର ଶେଷ ପର୍ବକୁ ଆନନ୍ଦ ଉଲ୍ଲାସର ସହିତ ପାଳନ କରିନ୍ତି ।

ଓଡ଼ିଶାରେ ବିଭିନ୍ନ ସ୍ଥାନରେ ବଙ୍ଗୀୟ ପରମ୍ପରାରେ ଦେବୀଙ୍କ ପୂଜା ଅନୁଷ୍ଠିତ ହୋଇଥାଏ। ବିଶେଷ କରି ବାଲେଶ୍ବର, ଭଦ୍ରକ ଏବଂ କଟକରେ କିଛି ସ୍ଥାନରେ ବଙ୍ଗୀୟ ପରମ୍ପରାରେ ଦେବୀଙ୍କ ଆରାଧନା କରାଯାଏ। ବାପଘରକୁ ଝିଅ ଆସିଲେ ତାକୁ ଅଳତା ସିନ୍ଦୁର ଲଗାଇ ବିଦାୟ ଦିଆଯାଏ। ସେହିପରି ଦେବୀ ଧରାପୃଷ୍ଠରୁ ବିଦାୟ ନେବା ବେଳେ ଏମିତି କିଛି କଲେ ମହିଳାମାନେ ସୌଭାଗ୍ୟ ବତୀ ହୋଇଥାନ୍ତି ବୋଲି ବିଶ୍ବାସ ରହିଛି।

ଶାସ୍ତ୍ରବିଧି ଅନୁସାରେ ସକାଳେ ଦେବୀ ଦୁର୍ଗାଙ୍କ ବିସର୍ଜ୍ଜନ ହେବା ପରେ ମହିଳାମାନଙ୍କ ମଧ୍ୟରେ ମଣ୍ଡପରେ ହୋଇଥାଏ ସିନ୍ଦୂର ଖେଳ। ଏହାପରେ ମଣ୍ଡପରୁ ମାଆଙ୍କ ବିଦାୟ ବେଳେ ଦୃଶ୍ୟ ଥାଏ ଅତ୍ୟନ୍ତ ହୃଦୟ ବିଦାରକ। ଭକ୍ତଜନ ଛଳଛଳ ନୟନରେ ମେଲାଣି ଦେଇଥାନ୍ତି ମାଆଙ୍କୁ।

ମାତ୍ର ଚଳିତଥର ଏହି ପରମ୍ପରାକୁ ଫିକା କରିଛି କୋଭିଡ କଟକଣା। ମଣ୍ଡପରେ ବିନା ଭକ୍ତରେ ଚାଲିଛି ମାଙ୍କ ପୂଜା। ସୀମିତ ଲୋକ ଓ ସ୍ୱଳ୍ପ ଆୟୋଜନ ମଧ୍ୟରେ ସମ୍ପାଦନ ହେଉଛି ପୂଜା। ଏତେ କଟକଣା ମଧ୍ୟରେ ସିନ୍ଦୁର ଖେଳକୁ ମଣ୍ଡପ ଗୁଡିକ ପକ୍ଷରୁ ନିଷେଦ୍ଧ କରଯାଇଥିବା ସୂଚନା ରହିଛି।

Leave A Reply

Your email address will not be published.