Latest Odisha News

BREAKING NEWS

ଓଲା ସ୍କୁଟର ରଖିଛନ୍ତି କି? ମାଗଣାରେ କମ୍ପାନୀ ବଦଳାଇବ ସସ୍ପେନସନ

ନୂଆଦିଲ୍ଲୀ: ଆପଣ ଓଲା ଇଲେକ୍ଟ୍ରିକ ସ୍କୁଟର ବ୍ୟବହାର କରୁଛନ୍ତି କି? ଯଦି ହଁ, ତେବେ ଏହି ଖବରଟି ଆପଣ ଜାଣିବା ନିହାତି ଦରକାର । ମାର୍ଚ୍ଚ ୨୨ରୁ ଓଲା ଇଲେକ୍ଟ୍ରିକ୍ ଏହାର ଇଲେକ୍ଟ୍ରିକ୍ ସ୍କୁଟରର ଫ୍ରଣ୍ଟ ସସପେନ୍ସନ ୟୁନିଟ୍ ପରିବର୍ତ୍ତନ କରିବାକୁ ଯାଉଛି । କିଛି ବ୍ୟବହାରକାରୀଙ୍କ ପାଖରୁ ଅଭିଯୋଗ ଆସିବା ପରେ ଓଲା ପକ୍ଷରୁ ମାଗଣାରେ ସ୍କୁଟରର ଏହି ପରିବର୍ତ୍ତନ କରାଯିବ । ତେବେ ବର୍ତ୍ତମାନ କେବଳ ଏସ୧ ଏବଂ ଏସ୧ ପ୍ରୋ ମଡେଲଗୁଡିକର ସସ୍ପେନସନ ପରିବର୍ତ୍ତନ କରାଯିବ । ଡିଲରମାନେ ଏଥିପାଇଁ ଅଭିଯାନ ଆରମ୍ଭ କରିବେ । କମ୍ପାନୀ ପକ୍ଷରୁ କୁହାଯାଇଛି ଯେ ଲୋକମାନେ ସେମାନଙ୍କର ନିକଟସ୍ଥ ଓଲା ଏକ୍ସପେରିୟନ୍ସ ସେଣ୍ଟର ବା ସର୍ଭିସ ସେଣ୍ଟରରେ ଏକ ଆପଏନମେଣ୍ଟ ବୁକ କରିବାକୁ ପଡିବ ।

ଏହାପରେ ଯେତେବେଳେ ସେମାନଙ୍କର ସମୟ ଆସିବ ସେମନନେ ଯାଇ ପରିବର୍ତ୍ତନ କରିପାରିବେ । ତେବେ ବଡ କଥା ଯେ, ଓଲା ପକ୍ଷରୁ ଏହି ପରିବର୍ତ୍ତନ ପାଇଁ ଟଙ୍କାଟିଏ ମଧ୍ୟ ନିଆଯିବ ନାହିଁ । ମାର୍ଚ୍ଚ ୨୨ରୁ ଏହା ଆରମ୍ଭ ହେବାକୁ ଯାଉଛି । ଉଲ୍ଲେଖ ଥାଉ କି ଗତ କିଛି ମାସ ମଧ୍ୟରେ କମ୍ପାନୀ ସସ୍ପେନସନ ସମ୍ପର୍କରେ ଅଭିଯୋଗ ପାଇବା ପରେ ଏହି ପରିବର୍ତ୍ତନ କରାଯାଇଛି। କମ୍ପାନୀର କହିବାନୁସାରେ, ବର୍ତ୍ତମାନର ସସ୍ପେନସନରେ କୌଣସି ସମସ୍ୟା ନାହିଁ । କିନ୍ତୁ ଏହି ନୂଆ ସସ୍ପେନସନ ଲଗାଇବା ଦ୍ୱାରା ଗାଡିର କ୍ଷମତା ଆହୁରି ବଢ଼ିଯିବ ।

Leave A Reply

Your email address will not be published.