Latest Odisha News

BREAKING NEWS

ଇଣ୍ଡିଆନ ଇଣ୍ଡୋର ଓପନ: ପୋଲ ଭୋଲ୍ଟରେ କୂଲଦୀପ ଭାଙ୍ଗିଲେ ଜାତୀୟ ରେକର୍ଡ

ଭୁବନେଶ୍ୱର: ଏଠାରେ ଚାଲିଥିବା ଇଣ୍ଡିଆନ ଇଣ୍ଡୋର ଓପନ ଆଥଲେଟିକ୍ସରେ ମଧ୍ୟପ୍ରଦେଶର କୂଲଦୀପ କୁମାର ପୋଲ ଭୋଲ୍ଟରେ ନୂତନ ଜାତୀୟ ରେକର୍ଡ ସ୍ଥାପନ କରିଛନ୍ତି । ୨୧ ବର୍ଷୀୟ ଏହି ଯୁବ ଆଥଲେଟ ୫.୪୧ ମିଟର ମାର୍କ ଅତିକ୍ରମ କରିଥିଲେ । ପୂର୍ବରୁ ଦେବକୁମାର ମୀନାଙ୍କ ନାମରେ ଏହି ରେକର୍ଡ ରହିଥିଲା । ସେ ୫.୪୦ ମିଟର ମାର୍କ ଛୁଇଁ ଜାତୀୟ ରେକର୍ଡ କରିଥିଲେ । କୂଲଦୀପ ଇଣ୍ଡୋର ରେକର୍ଡ ମଧ୍ୟ ଭଙ୍ଗ କରିଛନ୍ତି । ତାମିଲନାଡୁର ଜି ରୀଗାନଙ୍କ ନାମରେ ଏହି ରେକର୍ଡ ରହିଥିଲା । ସେ ୫.୩୦ ମିଟର ମାର୍କ ଛୁଇଁଥିଲେ ।

କୂଲଦୀପ ପ୍ରଥମ ଥର ପାଇଁ ଇଣ୍ଡୋର ପ୍ରତିଯୋଗିତାରେ ଅଂଶଗ୍ରହଣ କରି କୀର୍ତିମାନ ସ୍ଥାପନ କରିଛନ୍ତି । ମୋ ପାଇଁ ଏହା ନିଶ୍ଚିତ ଭାବେ ଏକ ସୁଖଦ ଅଭିଜ୍ଞତା ଆଣିଛି ବୋଲି କୂଲଦୀପ କହିଛନ୍ତି । ଜି ରୀଗାନ ରୌପ୍ୟ(୫.୨୫) ଓ ଦେବକୁମାର ମୀନା(୫.୨୦) ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ରାଂଚୀରେ ଚଳିତ ମାସ ଶେଷ ଭାଗରେ ହେବାକୁ ଥିବା ଆଉଟଡୋର କମ୍ପିଟେଶନ ପାଇଁ ସେ ପ୍ରସ୍ତୁତି ଆରମ୍ଭ କରିବେ ବୋଲି କହିଛନ୍ତି । ଚଳିତ ପ୍ରତିଯୋଗିତାରେ ପ୍ରଥମ ୩ଟି ସ୍ଥାନରେ ଥିବା ଆଥଲେଟ ଜାତୀୟ ଦଳରେ ସ୍ଥାନ ପାଇବା ପାଇଁ ଉଦ୍ୟମ କରିବେ । ହେପାଟଥଲନରେ ତ୍ରିଭେନ୍ଦ୍ରମର ଏନ ତୌଫିକ ପ୍ରଥମ ଦିବସରେ ୨୯୪୩ ପଂଏଟ ସହ ଆଗରେ ଅଛନ୍ତି । ଓଡିଶାର ଯଶବୀର ନାୟକ ୨୯୨୭ ପଂଏଟ ପାଇ ତାଙ୍କ ପଛକୁ ରହିଛନ୍ତି ।

Leave A Reply

Your email address will not be published.