Latest Odisha News

BREAKING NEWS

ଗଙ୍ଗାରେ କୁକୁରକୁ ଗାଧୋଇଦେଲେ, ଭିଡିଓ ଭାଇରାଲ ପରେ ହଙ୍ଗାମା

ହରିଦ୍ୱାର: ଉତ୍ତରାଖଣ୍ଡର ହରିଦ୍ୱାରରେ ଗଙ୍ଗା ନଦୀକୁ ବିଶ୍ୱାସ ଏବଂ ଭକ୍ତିର ପ୍ରତୀକ ଭାବରେ ବିବେଚନା କରାଯାଏ। ପ୍ରତିଦିନ ହଜାର ହଜାର ଭକ୍ତ ଏଠାକୁ ସ୍ନାନ ଏବଂ ପୂଜା କରିବାକୁ ଆସନ୍ତି। କୁହାଯାଏ ଗଙ୍ଗାରେ ଗାଧୋଇଲେ ପାପ ଧୋଇ ହୋଇଯାଏ।

ଏପରି ଧାର୍ମିକ ସ୍ଥଳରେ ଏଭଳି ଏକ ଘଟଣା ଘଟିଯାଇଛି ଯାହା ଲୋକମାନଙ୍କୁ ଆଶ୍ଚର୍ଯ୍ୟ କରିଛି ଏବଂ ସୋସିଆଲ ମିଡିଆରେ ବିତର୍କ ଆରମ୍ଭ କରିଛି।

ଭାଇରାଲ ଭିଡିଓ ଅନୁଯାୟୀ, ଜଣେ ମହିଳା ତାଙ୍କ ପରିବାର ସହିତ ହରିଦ୍ୱାରର ଗଙ୍ଗା ଘାଟରେ ପହଞ୍ଚିଥିଲେ। ତାଙ୍କ ସହିତ ତାଙ୍କ ପୋଷା କୁକୁର ମଧ୍ୟ ଥିଲା। ମହିଳା ଜଣକ ଗଙ୍ଗାରେ କୁକୁରକୁ ସ୍ନାନ କରାଇବା ବେଳେ ଉପସ୍ଥିତ ଲୋକମାନେ ତୁରନ୍ତ ପ୍ରତିବାଦ କରିଥିଲେ,।

ଘାଟରେ ଉପସ୍ଥିତ କିଛି ପୁରୋହିତ ଏବଂ ଭକ୍ତ ସେହି ମହିଳାଙ୍କୁ ବାରଣ କରିଥିଲେ କିନ୍ତୁ ସେ ସେମାନଙ୍କ ସହିତ ଯୁକ୍ତିତର୍କ କରିଥିଲେ। ମହିଳା ଜଣକ ପ୍ରତିବାଦ କରୁଥିବା ଲୋକଙ୍କୁ ଗାଳିଗୁଲଜ କରିବାକୁ ପଛାଇ ନଥିଲେ, ଯାହା ପରିସ୍ଥିତିକୁ ଆହୁରି ବିଗାଡ଼ି ଦେଇଥିଲା। ମହିଳାଙ୍କ ପରିବାର ହସ୍ତକ୍ଷେପ ପରେ କୁକୁରକୁ ନେଇ ଚାଲିଯାଇଥିଲେ।

ଭିଡିଓ ଭାଇରାଲ ହେବା ପରେ ସୋସିଆଲ ମିଡିଆରେ ୟୁଜର୍ସ ଭିନ୍ନଭିନ୍ନ କମେଣ୍ଟ ଦେବାରେ ଲାଗିଛନ୍ତି।

 

Leave A Reply

Your email address will not be published.