Latest Odisha News

BREAKING NEWS

ଆରପାରିରେ ଅଭିନେତ୍ରୀ ଜରିନା ରୋଶନ୍‌

ନୂଆଦିଲ୍ଲୀ: ଜି ଟିଭିରେ ପ୍ରସାରିତ ଲୋକପ୍ରିୟ ଧାରାବାହିକ  ‘କୁମ୍‌କୁମ୍‌ ଭାଗ୍ୟ’ର ପ୍ରସିଦ୍ଧ ଚରିତ୍ର  ‘ଇନ୍ଦୁ ଦାଦି’ ତଥା ଜରିନା ରୋଶନ ଖାନ୍‌ଙ୍କ ୫୪ ବର୍ଷ ବୟସରେ ଦେହାନ୍ତ ହୋଇଛି। ତାଙ୍କର ହୃଦ୍‌ଘାତ ଯୋଗୁ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

ଜରିନାଙ୍କ ବିୟୋଗରେ ତାଙ୍କ ସହ-ତାରକା ତଥା ‘କୁମ୍‌କୁମ୍ ଭାଗ୍ୟ’ ଅଭିନେତାମାନେ  ଗଭୀର ଶୋକ ପ୍ରକାଶ କରିଛନ୍ତି। ‘କୁମ୍‌କୁମ୍‌ ଭାଗ୍ୟ’ର ସମସ୍ତ କଳାକାର ତାଙ୍କ ସହ ବି‌ତେଇଥିବା ପୁରୁଣା ସ୍ମୃତିକୁ ମନେ ପକାଇଛନ୍ତି।

ଟେଲିଭିଜନ୍‌ ଅଭିନେତ୍ରୀ ଶ୍ରୁତି ଝା ଜରିନାଙ୍କ ସହ ନୃତ୍ୟ କରୁଥିବା ଏକ ଫଟୋ ଏବଂ ଭିଡିଓ ସେୟାର କରି ଦୁଃଖ ପ୍ରକାଶ କରିଛନ୍ତ। ଧାରବାହିକର ମୁଖ୍ୟ ଚରିତ୍ରରେ ଅଭିନୟ କରୁଥିବା ଶବୀର ଅଲୁୱାଲିଆ ଜରିନାଙ୍କ ସହ ଏକ ଫଟୋ ସେୟାର କରି କହିଛନ୍ତି – ‘ୱ ଚାନ୍ଦ୍‌ ସା ରୋଶନ୍‌ ଚେହେରା’।

ଜରିନା କୁମ୍‌କୁମ୍‌ ଭାଗ୍ୟ ବ୍ୟତୀତ ‘ୟେ ରିସ୍‌ତା କ୍ୟା କହଲା‌ତା ହୈ’ରେ ମଧ୍ୟ କାମ କରିଛନ୍ତି। ସେ ‘କୁମ୍‌କୁମ୍‌ ଭାଗ୍ୟ’ ସିରିଏଲ୍‌ରେ ‘ଇନ୍ଦୁ ଦାଦି’ ଭାବେ ଘରେ ଘରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ। ତାଙ୍କ ବିୟୋଗ ଟିଭି ଦୁନିଆର ଏକ ତାରକାକୁ ସବୁଦିନ ପାଇଁ ହଜାଇ ଦେଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ।

Comments are closed.