Latest Odisha News

BREAKING NEWS

ଦୁବାଇରେ କେମିତି ସମୟ କାଟୁଛନ୍ତି ବିରୁଷ୍କା; ଦେଖନ୍ତୁ ଫଟୋ

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ଗର୍ଭବତୀ ଖବର ଆସିବା ପରେ ସେ ସବୁବେଳେ ଚର୍ଚ୍ଚାରେ ରହିଆସିଛନ୍ତି। ତେବେ ସେ ଏହି ସମୟକୁ ବେଶ୍‌ ଉପଭୋଗ କରୁଥିବା ମଧ୍ୟ ଦେଖିବାକୁ ମିଳୁଛି। ଏବେ ସେ ତାଙ୍କ ସ୍ୱାମୀ କ୍ରିକେଟର ବିରାଟ କୋହଲିଙ୍କ ସହ ଦୁବାଇରେ ଅଛନ୍ତି।

ବିରାଟ ଆଇପିଏଲ୍ ୨୦୨୦ରେ ଭଲ ପ୍ରଦର୍ଶନ କରୁଥିବା ମଧ୍ୟ ଦେଖିବାକୁ ମିଳୁଛି। ତେବେ ଏହି ସମୟରେ ବିରାଟ ଉଭୟଙ୍କ ଏକ ସୁନ୍ଦର ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି।

ସୂର୍ଯ୍ୟୋଦୟର ସମୟରେ ବିରାଟ ଏବଂ ଅନୁଷ୍କାଙ୍କ ଏକ ଫଟୋ ଉଠାଯାଇଛି। ଏହି ଫଟୋରେ ଉଭୟଙ୍କ ରୋମାଣ୍ଟିକ୍‌ ଅନ୍ଦାଜ୍‌ ମଧ୍ୟ ଦେଖିବାକୁ ମିଳିଛି। ଏହି ଫଟୋ ଦୁବାଇ ସ୍ଥିତ ଆଟଲାଣ୍ଟିସର ପାମ୍‌ ରିସର୍ଟରେ ନିଆଯାଇଛି।

ତାଙ୍କର ଏହି ଚମତ୍କାର ଫଟୋ ଉପରେ ପ୍ରଶଂସକମାନେ ତୀବ୍ର ମନ୍ତବ୍ୟ ମଧ୍ୟ ଦେଉଛନ୍ତି। ଅନ୍ୟ ସେଲିବ୍ରିଟିମାନେ ଏହି ଫଟୋକୁ ବେଶ୍‌ ପସନ୍ଦ ମଧ୍ୟ କରୁଛନ୍ତି। ବିରୁଷ୍କାଙ୍କ ଏହି ରୋମାଣ୍ଟିକ୍‌ ଫଟୋ ଏବେ ସୋସିଆଲ୍‌ ମିଡିଆରେ ଖୁବ୍‌ ଭାଇରାଲ୍‌ ହେବାରେ ଲାଗିଛି।

Leave A Reply

Your email address will not be published.