Latest Odisha News

BREAKING NEWS

ସରକାର ପତନର ସିଜିନ ଚାଲିଛି: ପାକିସ୍ତାନ, ଶ୍ରୀଲଙ୍କା ପରେ କୁଏଟରେ ରାଜନୈତିକ ସଙ୍କଟ

ନୂଆଦିଲ୍ଲୀ: ଏବେ ସରକାର ପତନର ସିଜିନ ଚାଲିଛି କହିଲେ ଭୁଲ ହେବନି । ଭାରତର ଦୁଇ ପଡୋଶୀ ପାକିସ୍ତାନ ଏବଂ ଶ୍ରୀଲଙ୍କାରେ ରାଜନୈତିକ ସଙ୍କଟ ଚାଲିଥିବା ବେଳେ ଏଥିରେ ସାମିଲ ହୋଇଛି କୁଏଟ । ରିପୋର୍ଟ ମୁତାବକ କୁଏଟ ସରକାର ଗଠନ ହେବାର କିଛି ମାସ ମଧ୍ୟରେ ଅବିଶ୍ୱାସ ପ୍ରସ୍ତାବକୁ ସାମ୍ନା କରିବାକୁ ଥିଲା । ମାତ୍ର ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ଶେଖ ସବାହ ଅଲ ଖାଲିଦ ଅଲ ହମଦ ଅଲ ସବାହ ମନ୍ତ୍ରୀମଣ୍ଡଳ ସହ ଇସ୍ତଫା ପ୍ରଦାନ କରିଛନ୍ତି ।

୧୮ ମାସ ମଧ୍ୟରେ କୁଏଟରେ ତୃତୀୟ ଥର ପାଇଁ ସରକାର ଭାଙ୍ଗିଛି । ଗତ ସପ୍ତାହରେ ଭ୍ରଷ୍ଟାଚାର ଓ କୁଶାସନ ନେଇ ବିରୋଧୀ ଦଳ ସରକାରଙ୍କୁ ଘେରିଥିଲେ । ଏହା ପରେ ସଂସଦରେ ଅବିଶ୍ୱାସ ପ୍ରସ୍ତାବ ଅଣା ଯାଇଥିଲା ।

Leave A Reply

Your email address will not be published.