Latest Odisha News

BREAKING NEWS

ଖୁବ୍ ଶୀଘ୍ର ବିବାହ କରିବେ ରଣବୀର କପୁର-ଆଲିଆ ଭଟ୍ଟ : ଗ୍ରାଣ୍ଡ ୱେଡିଂ ସେରିମନିର ଅତିଥିଙ୍କ ଲିଷ୍ଟ ଲିକ୍

ମୁୁମ୍ବାଇ : ବଲିଉଡର ବହୁ ଚର୍ଚ୍ଚିତ ଯୋଡି ରଣବୀର କପୁର ଓ ଆଲିଆ ଭଟ୍ଟ ଖୁବ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ଏବେ ଦୁହେଁ ବିବାହ କରିବା ଖବର ବଲିଉଡ ଟାଉନରେ ଚର୍ଚ୍ଚା ଜୋର ଧରିଛି । ହେଲେ ଏହି ଚର୍ଚ୍ଚାକୁ ନେଇ ଏହି ଯୋଡି କୌଣସି ଘୋଷଣା କରିନାହାନ୍ତି । ସେପଟେ ଏମାନଙ୍କ  ପ୍ରି ୱେଡି ଓ ୱେଡିଂ ୧୩ ଏପ୍ରିଲରୁ ୧୭ ଏପ୍ରିଲ ମଧ୍ୟରେ ରହିଛି ବୋଲି ଚର୍ଚ୍ଚା ହେଉଛି । ଏବେ ଧିରେ ଧିରେ ଏହି ବିବାହକୁ ନେଇ କିଛି ସିକ୍ରେଟ ସାମ୍ନାକୁ ଆସିଛି ।ଏହି ଗ୍ରାଣ୍ଡ ମ୍ୟାରେଜ ସେରମନିରେ କେଉଁ କେଉଁ ଅତିଥି ସାମିଲ ହେବେ ସେନେଇ ଚର୍ଚ୍ଚା ହେଉଛି ।

ଗ୍ରାଣ୍ଡ ୱେଡିଂ ଗେଷ୍ଟ ଲିଷ୍ଟ 
ରଣବୀର ଓ ଆଲିଆଙ୍କ ଯୋଡିଙ୍କୁ ଫ୍ୟାନ ମାନେ ଖୁବ୍ ପସନ୍ଦ କରୁଛନ୍ତି ।ଏହି ରୟାଲ ୱେଡିଂରେ ଫିଲ୍ମ ଇଣ୍ଡଷ୍ଟ୍ରିର ନାମିଦାମି ଅଭିନେତା ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏହି ଲିଷ୍ଟରେ ଡିରେକ୍ଟର ସଞ୍ଜୟ ଲିଲା ଭନସାଲି , କରଣ ଜୋହର,ଜୋୟା ଅଖତର୍, ଡିଜାଇନର ମସାବା ଗୁପ୍ତା , ଏକ୍ଟର ବରୁଣ ଧାୱନ ଏବଂ ତାଙ୍କ୍ ଭାଇ ରୋହିତ ଧାୱନ ଆଦିଙ୍କ ନାଁ ରହିଛି ।ଏହା ସହ ରଣବୀର ଓ ଆଲିଆଙ୍କ ଫିଲ୍ମ ବ୍ରହ୍ମାସ୍ତ୍ରର ନିର୍ଦ୍ଦେଶକ ଆୟାନ ମୁଖାର୍ଜୀ ବି ଏହି ସେରିମନିରେ ଯୋଗଦେବେ । ସେପଟେ ଏହି ବିବାହରେ ଅର୍ଜୁନ କପୁର ,ଫେମସ୍ ଡିଜାଇନର ମନିଷ ମଲହୋତ୍ରା ଓ ଅନୁସ୍କା ରଞ୍ଜନଙ୍କ ନା ବି ରହିଛି । ଏହି ଗ୍ରାଣ୍ଡ ସେରିମନିରେ ବଲିଉଡ ଷ୍ଟାର ଶାହାରୁଖ ଖାନଙ୍କ ନାଁ ରହିଛି । କରନ ଜୋହରଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଛି ବୋଲି ସିକ୍ରେଟ ଲିଷ୍ଟରୁ ଜଣାପଡିଛି ।

ଘରର ସଦସ୍ୟ ମାନେ ସାମିଲ ହେବେ

ରଣବୀର ଆଲିଙ୍କ ନିକଟତମ ସମ୍ପର୍କୀୟଙ୍କୁ ଛାଡିଦେଲେ । ଏହି ଗ୍ରାଣ୍ଡ ସରିମନିରେ ଉଭୟଙ୍କ ପରିବାର ବର୍ଗ ସାମିଲ ହେବେ । ଏହି ବିବାହ ଉତ୍ସବରେ ନୀତୁ କପୁର , ରିଦ୍ରିମା  କପୁର, କରିସ୍ମା କପୁର ,କରିନା କପୁର ଖାନ୍, ସୈଫ୍ ଅଲ୍ଲୀ ଖାନ୍ , ମହେଶ ଭଟ୍ଟ ,ମୁକେଶ ଭଟ୍ଟ, ସୋନି ରାଜଦାନ ରହିବେ।

ବ୍ୟାଚଲର ପାର୍ଟି

ରଣବୀର କପୁର ଓ ଆଲିଆ ଭଟ୍ଟଙ୍କ ବ୍ୟାଚଲର ପାର୍ଟି ନେଇ କୌଣସି ସୂଚନା ମିଳିନାହିଁ ।ହେଲେ ଏହା ମୁମ୍ବାଇର କୌଣସି ନାମି ଦାମି ହୋଟେଲରେ ହୋଇପାରେ ବୋଲି ଚର୍ଚ୍ଚା ହେଉଛି ।

Leave A Reply

Your email address will not be published.