ମୁମ୍ବାଇ: ଅମୀର ଖାଁଙ୍କ ବହୁ ପ୍ରତୀକ୍ଷୀତ ଫିଲ୍ମ ଲାଲ ସିଂ ଚଢ଼ା ଆଜି ରିଲିଜ ହୋଇଯାଇଛି । ୧୮୦ କୋଟି ବଜେଟର ଏହି ଫିଲ୍ମ ପ୍ରଥମ ଦିବସରେ ଆଶାନୁରୂପ କଲେକ୍ସନ କରି ନ ଥିବାରୁ ମେକର୍ସ ଏବଂ ଅମୀର ଖାଁ ଚିନ୍ତାରେ ଅଛନ୍ତି । ଏହା ମଧ୍ୟମରେ ଫିଲ୍ମ ଫୁଲ ଏଚଡି ଭର୍ସନ ଅନଲାଇନରେ ଲିକ ହୋଇଯାଇଛି । ଯାହାକି ଫିଲ୍ମକୁ ଆହୁରି ଅସୁବିଧାରେ ପକାଇବ ବୋଲି ଅନୁମାନ କରାଯାଉଛି । ରିପୋର୍ଟସ ମୁତାବକ ତାମିଲରକର୍ସ, ଫିଲ୍ମୀଜିଲା, ମୁଭିରୁଲଜ, ଟେଲିଗ୍ରାମ ୱେବସାଇଟରେ ଏହା ଉପଲବ୍ଧ ହୋଇଛି । ୧୯୯୪ରେ ରିଲିଜ ଓସ୍କାର ପୁରସ୍କାର ବିଜେତା ଫରେଷ୍ଟ ଗମ୍ପ ଫିଲ୍ମର ଅଫିସିଆଲ ରିମେକ ହେଉଛି ଲାଲ ସିଂ ଚଢ଼ା । ଅଦ୍ୱେତ ଚନ୍ଦନ ଏହାର ନିର୍ଦ୍ଦେଶନା ଦେଇଛନ୍ତି । ଆଡଭାନ୍ସ ବୁକିଂ ପରେ ପ୍ରଥମ ଦିବସରେ ଏହା ସେ ଭଳି ଆଖି ଦୃଶିଆ ପ୍ରଦର୍ଶନ କରି ନାହିଁ । ଗୋଟିଏ ଦିନରେ ରକ୍ଷା ବନ୍ଧନ ଓ ଲାଲ ସିଂ ଚଢ଼ା ରିଲିଜ ହୋଇଥିବାରୁ ଉଭୟଙ୍କ ବ୍ୟବସାୟ କ୍ଷତିଗ୍ରସ୍ତ ହୋଇଛି ।
BREAKING NEWS
- National Para Athletics Championship:କଳିଙ୍ଗ ଷ୍ଟାଡିୟମରେ ଜାତୀୟ ପାରା ଆଥଲେଟିକ୍ସ ଚାମ୍ପିୟନସିପ୍ ଉଦ୍ଘାଟିତ; ଯୋଗଦେଲେ ୧୪୬୦ ପାରା କ୍ରୀଡ଼ାବିତ୍
- ବ୍ୟାଙ୍କ ମ୍ୟାନେଜରଙ୍କୁ ଗିରଫ କଲା ଭିଜିଲାନ୍ସ;ବାପାଙ୍କ ସହାୟତାରେ ୫.୫୬ କୋଟି ଆତ୍ମସାତ
- ପର୍ଯ୍ୟଟକ ମହିଳାଙ୍କୁ ଦୁଷ୍କର୍ମ ମାମଲା;ଦୋଷୀକୁ ୧୦ ବର୍ଷ କାରାଦଣ୍ଡ ସହ ୧୦,୦୦୦ ଟଙ୍କା ଅର୍ଥଦଣ୍ଡ
- ଧୋନୀଙ୍କ ଖାସ କ୍ଲବରେ ଏଂଟ୍ରି ମାରିବେ ସଞ୍ଜୁ ସାମସନ, କୋହଲି ରଚିବେ ଇତିହାସ
- SCB Hospital Fire:SCB ଅଗ୍ନିକାଣ୍ଡ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାନୁଷ୍ଠାନ;୪ ଅଧିକାରୀ ନିଲମ୍ବିତ
- ଏକ ଚାରି ମହଲା କୋଠାରେ ଭୟଙ୍କର ଅଗ୍ନିକାଣ୍ଡ : ୯ ମୃତ
- Biju Naveen Inspirational Foundation: ବିଜୁ-ନବୀନ ଟ୍ରଷ୍ଟକୁ ନେଇ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ;କହିଲେ- ଓଡ଼ିଶାବାସୀଙ୍କ ହିତ ପାଇଁ…
- ହାଇଦ୍ରାବାଦର ନେତୃତ୍ୱ ନେବେ ଈଶାନ କିଶାନ
- RI office: ବେଆଇନ କାର୍ଯ୍ୟ କରିବାକୁ ମନା କଲେ RI…ଘୋଷାଡ଼ି ଘୋଷାଡ଼ି ପିଟିଲେ ଯୁବକ; ଥାନାରେ ଅଭିଯୋଗ
- ବିଧାୟକ ଓ ବରିଷ୍ଠ ଅଧିକାରୀଙ୍କ ପାଇଁ ୩୦୦ ଫ୍ଲାଟର ବ୍ୟବସ୍ଥା;ଜୁନ୍ ୩୦ ସୁଦ୍ଧା ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ
Comments are closed.