Latest Odisha News

BREAKING NEWS

ଅରବିନ୍ଦ ପାଢ଼ୀଙ୍କ ନିର୍ଦ୍ଦେଶ; ଅଫିସରେ ପାନ, ବିଡ଼ି ଓ ଗୁଟଖା ନିଷିଦ୍ଧ

ଭୁବନେଶ୍ୱର: ସରକାରୀ ଅଫିସରେ ପାନ, ଗୁଟଖା, ବିଡ଼ି ଓ ସିଗାରେଟ୍ ସେବନ ନିଷେଦ୍ଧ । କୌଣସି ପ୍ରକାର ନିଶା ଦ୍ରବ୍ୟ ଅଫିସରେ ସବନ କରିପାରିବେ ନାହିଁ । କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପ୍ରମୁଖ ଶାସନ ସଚିବ ଅରବିନ୍ଦ କୁମାର ପାଢ଼ୀ ଏନେକି ଏକ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି ।

ବୁଧବାର ଶ୍ରୀ ପାଢ଼ୀ ଓଡ଼ିଆରେ ଜାରି ହୋଇଥିବା ନିର୍ଦ୍ଦେଶାବଳୀରେ ନିୟମର ଅବମାନନା ହେଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସ୍ପଷ୍ଟ ଉଲ୍ଲେଖ କରିଛନ୍ତି । ଚିଠି ଟି ରେ ଉଲ୍ଲେଖ ରହିଛି ଯେ, –

“ବିଭାଗର କୌଣସି ବି କାର୍ଯ୍ୟାଳୟର ଅଧିକାରୀ ବା କର୍ମଚାରୀ ପାନ, ବିଡ଼ି, ସିଗାରେଟ, ଗୁଟଖା କିମ୍ବା ନିଶାଦ୍ରବ୍ୟ ସେବନ କରିପାରିବ ନାହିଁ । ସମସ୍ତ କାର୍ଯ୍ୟାଳୟର ମୁଖ୍ୟ ଏହାକୁ ଅନୁପାଳନ କରିବେ ଏବଂ ଖିଲାପକାରୀଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେବେ ।

ଏହି ନିର୍ଦ୍ଦେଶନାମା ଅତ୍ୟନ୍ତ ଜରୁରୀ ।”

Leave A Reply

Your email address will not be published.