Latest Odisha News

BREAKING NEWS

ପୂର୍ବତନ ବୌଦ୍ଧ ଟ୍ରେଜେରୀ ଆକାଉଟାଣ୍ଟଙ୍କୁ ଭିଜିଲାନ୍ସ କୋର୍ଟରେ ତିନି ବର୍ଷ ଜେଲ୍ ଦଣ୍ଡ

ଭୁବନେଶ୍ୱର: ବୌଦ୍ଧ ଜିଲ୍ଲା ଟ୍ରେଜେରୀର ପୂର୍ବତନ ଆକାଉଟାଣ୍ଟ ନାରାୟଣ ମଲ୍ଲିକଙ୍କୁ ଲାଞ୍ଚ ମାମଲାରେ ତିନି ବର୍ଷ ଜେଲ ଦଣ୍ଡାଦେଶ ହୋଇଛି । ୨୦୧୯ ମସିହାରେ ୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ ନାରାୟଣ । ଏନେଇ ବ୍ରହ୍ମପୁର ଭିଜିଲାନ୍ସ ଥାନାରେ ୧୯ ଅକ୍ଟୋବର ୨୦୧୯ରେ ଏକ ମାମଲା ରୁଜୁ କରାଯାଇଥିଲା ।

ଫୁଲବାଣୀ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ଶ୍ରୀ ମଲ୍ଲିକଙ୍କ ମାମଲାର ବିଚାର ହେଉଥିଲା । ଗୁରୁବାର ଅଦାଲତ ସମସ୍ତ ସାକ୍ଷୀ ପ୍ରମାଣକୁ ଆଧାର କରି ଆକାଉଟାଣ୍ଟ ନାରାୟଣ ମଲ୍ଲିକଙ୍କୁ ତିନି ବର୍ଷ ଜେଲ୍ ଦଣ୍ଡ ସହ ୫ ହଜାର ଟଙ୍କା ଜରିମନାରେ ଦଣ୍ଡିତ କରିଛନ୍ତି । ଜରିମନା ଅର୍ଥ ଅନାଦେୟ ଅତିରିକ୍ତ ତିନି ମାସ ଜେଲ୍ ଦଣ୍ଡ ଭୋଗିବାକୁ ଅଦାଲତ ରାୟ ଶୁଣାଇଛନ୍ତି ।

ଜଣେ ସରକାରୀ କର୍ମଚାରୀଙ୍କ ଠାରୁ Unutilized Leave ବାବଦ ଦରମା ଅନୁମୋଦନ କରିବା ପାଇଁ ୫ ହଜାର ଟଙ୍କା ଦାବି କରିଥିଲେ । ପୂର୍ବ ପ୍ରସ୍ତୁତ ଭିଜିଲାନ୍ସ ଦଳ ଲାଞ୍ଚ ନେବା ବେଳେ ଶ୍ରୀ ମଲ୍ଲିକଙ୍କୁ ଧରି ପକାଇଥିଲେ । ଏବେ ବାଲିଗୁଡ଼ା ସବ-ଟ୍ରେଜେରୀ କାର୍ଯ୍ୟାଳୟରେ ଆକାଉଟାଣ୍ଟ ଭାବେ ନାରାୟଣ ମଲ୍ଲିକ କାର୍ଯ୍ୟରତ ଥିଲେ ।

Leave A Reply

Your email address will not be published.