Latest Odisha News

BREAKING NEWS

କାହିଁକି ବଦଳିଲା ଓସ୍କାର ଆୱାର୍ଡ ପାଇଁ ମନୋନୀତ ହୋଇଥିବା ଫିଲ୍ମ ‘ଲାପତା ଲେଡିଜ୍’ର ଟାଇଟଲ?

ମୁମ୍ଵାଇ: ବଦଳିଲା ଓସ୍କାର ଆୱାର୍ଡ ପାଇଁ ମନୋନୀତ ହୋଇଥିବା ଫିଲ୍ମ ‘ଲାପତା ଲେଡିଜ୍’ର ନାଁ। ଅମୀର ଖାନ ଏବଂ କିରଣ ରାଓଙ୍କ ପ୍ରଶଂସିତ ଚଳଚ୍ଚିତ୍ର ଲାପତା ଲେଡିଜ୍ ର ଟାଇଟଲ ପରିବର୍ତ୍ତନ ହୋଇଛି। ‘ଫିଲ୍ମ ଫେଡେରେସନ୍ ଅଫ୍ ଇଣ୍ଡିଆ’ କିରଣ ରାଓଙ୍କ ଫିଲ୍ମ ‘ଲାପତା ଲେଡିଜ୍’ ଓସ୍କାର ଆୱାର୍ଡ ୨୦୨୫ ପାଇଁ ମନୋନୀତ ହୋଇଛି। ଏହା ପୂର୍ବରୁ ଅମୀର ଏବଂ କିରଣ ଫିଲ୍ମର ଟାଇଟଲରେ ବଡ଼ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ଅମୀର ଏବଂ କିରଣ ଆନ୍ତର୍ଜାତୀୟ ସ୍ତରରେ ରିକଲ ଭାଲ୍ୟୁ ପାଇଁ ଫିଲ୍ମର ଟାଇଟଲର ପରିବର୍ତ୍ତନ କରିଛନ୍ତି। ଏହି ଚଳଚ୍ଚିତ୍ରକୁ ସାରା ବିଶ୍ୱରେ ପ୍ରମୋଟ୍ କରିବା ପାଇଁ ସେମାନେ ‘ଲାପଟା ଲେଡିଜ୍’ ନାମକୁ ‘ଲଷ୍ଟ ଲେଡିଜ୍’ ରେ ପରିବର୍ତ୍ତନ କରିଛନ୍ତି। ଅମୀରଙ୍କ ପ୍ରଡକ୍ସନ୍ ହାଉସର ଇନଷ୍ଟାଗ୍ରାମ ଆକାଉଣ୍ଟ୍ ମାଧ୍ୟମରେ ଏହି ଘୋଷଣା କରିଛନ୍ତି।

ଏକ ପୋଷ୍ଟର ସେୟାର କରି ସେ କ୍ୟାପସନ ଲେଖିଛନ୍ତି, ‘ଅପେକ୍ଷା ଶେଷ ହୋଇଛି, ଏଠାରେ ଲଷ୍ଟ ଲେଡିଜ୍‌ର ଅଫିସିଆଲ୍ ପୋଷ୍ଟର, ଫୁଲ ଏବଂ ଜୟାଙ୍କ ହୃଦୟସ୍ପର୍ଶୀ ଯାତ୍ରାର ଝଲକ! ସାରା ବିଶ୍ୱରେ ଚଳଚ୍ଚିତ୍ରର ପ୍ରଚାର କରିବା ପାଇଁ ଫିଲ୍ମର ନାମ ପରିବର୍ତ୍ତନ ହୋଇଛି। ଫିଲ୍ମର ପୋଷ୍ଟର ସମାନ ଥିଲେ ବି ଏହାର ନାମ ବଦଳାଯାଇଛି। ଏହି ନିଷ୍ପତ୍ତିରେ କିଛି ପ୍ରଶଂସକ ଖୁସି ଥିବାବେଳେ ଆଉ କିଛି ରାଗି ଯାଇଛନ୍ତି। କିଛି ପ୍ରଶଂସକ ଏହାର ନାମ ପରିବର୍ତ୍ତନ କରାଯିବା ଉଚିତ ନୁହେଁ ବୋଲି କହିଛନ୍ତି। କାରଣ ଲାପତା ହେବାର ଅର୍ଥ ହଜିଯାଇଥିବା ଜିନିଷ କିମ୍ବା ବ୍ୟକ୍ତି ପୁନରୁଦ୍ଧାର ହୋଇପାରିବ। କନ୍ତୁ ଲଷ୍ଟ ଅର୍ଥ ହେଉଛି ଯାହା ହଜିଯାଇଛି ତାହା ପୁନରୁଦ୍ଧାର ହେବ ନାହିଁ। ଏହି ଟାଇଟଲ ଭୁଲ ଲେଖା ହୋଇଛି।

 

Comments are closed.