Latest Odisha News

BREAKING NEWS

ପୁଣି ବିଜୁ ସେତୁ କାମ ବେଳେ ଅଘଟଣ, ଜଣେ ଶ୍ରମିକ ମୃତ

ବାରିପଦା: ପୁଣି ବିଜୁ ସେତୁ କାମ ବେଳେ ଅଘଟଣ । ବାରିପଦା-ବଡ଼ସାହି ରାସ୍ତାର ଓରାନାଳ ସେତୁ କାମ ବେଳେ ପିଲର୍‌ ପାଇଁ ଖୋଳା ଯାଉଥିବା ଗଭୀର ପାଣି ଖାତରେ ଖସି ପଡ଼ିବାରୁ ଶ୍ରମିକଙ୍କ ମୃତ୍ୟୁ ହୋଇଛି । 

ପ୍ରାୟ ୧୫ ଦିନ ପୂର୍ବେ ନବରଙ୍ଗପୁର ଜିଲ୍ଲା ଉମରକୋଟରେ ବିଜୁ ସେତୁ ଯୋଜନା ଅନ୍ତର୍ଗତ ନିର୍ମାଣାଧିନ ସେତୁ ଭୁଶୁଡ଼ି ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏବେ ଏହି ଅଘଟଣର ପୁନରାବୃତ୍ତି ହୋଇଛି ମୟୂରଭଞ୍ଜ ଜିଲ୍ଲାରେ । ଏହି ଖବର ପ୍ରଚାରିତ ହେବା ପରେ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଛି । କ୍ଷତିପୂରଣ ଦାବିରେ ମୃତଦେହ ରଖି ଧାରଣା ଦେଇଛନ୍ତି ଉତ୍ତ୍ୟକ୍ତ ଲୋକ ।

ସମ୍ପୃକ୍ତ ଠିକା ସଂସ୍ଥାର ମ୍ୟାନେଜରଙ୍କୁ ଉତ୍ତ୍ୟକ୍ତ ଲୋକେ ଆକ୍ରମଣ କରିବାକୁ ସେ ଗୁରୁତର ହୋଇପଡ଼ିଛନ୍ତି । ଏହାସତ୍ତ୍ୱେ ଦୀର୍ଘ ସମୟ ପର୍ଯ୍ୟନ୍ତ ଲୋକେ ତାଙ୍କୁ ଛାଡ଼ି ନ ଥିଲେ । ଏହାପରେ ବେତନଟୀ ପୁଲିସ୍‌ ପହଞ୍ଚି ବୁଝାସୁଝା କରି ଗୁରୁତର ମ୍ୟାନେଜରଙ୍କୁ ବାରିପଦା ମେଡିକାଲ ପଠାଇଥିବା ଜଣାଯାଇଛି । 

Leave A Reply

Your email address will not be published.