Latest Odisha News

BREAKING NEWS

ପୁରୀ ଶଙ୍କରାଚାର୍ଯ୍ୟଙ୍କ ପୈତୃକ ଗାଁରେ ନିର୍ମାଣ ହେବ ମନଶା ଦେବୀଙ୍କ ମନ୍ଦିର

ଭୁବନେଶ୍ବର : ପୁରୀ ପିଠାଧିଶ୍ୱର ଜଗଦଗୁରୁ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀଙ୍କ ପୈତୃକ ଗ୍ରାମ ବିହାର ମଧୁବନୀ ଜିଲ୍ଲାର ହରିପୁର ବକ୍ସି ଟୋଲ ଠାରେ ମନଶା ଦେବୀଙ୍କ ମନ୍ଦିର ନିର୍ମାଣ କରାଯିବ । ଏହି ମନ୍ଦିରର ନିର୍ମାଣ କାର୍ଯ୍ୟ ଫେବୃଆରୀ ୨୪ରୁ ଆରମ୍ଭ କରାଯିବ ।

ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କ ପ୍ରେରଣାରେ ଏହି ମନ୍ଦିରର ପରିକଳ୍ପନା କରାଯାଇଛି । ଏହି ମନ୍ଦିର ପାଖାପାଖି ୫ ହଜାର ବର୍ଗଫୁଟ୍ ଜମିରେ ନିର୍ମାଣ କରାଯିବ । ମନ୍ଦିରର ଗର୍ଭ ଗୃହ ୧୩ ଫୁଟ୍ ଲମ୍ୱା ସହ ୧୩ ଫୁଟ୍ ଚଉଡା ରଖାଯିବ । ପରିକ୍ରମା ପାଇଁ ଗର୍ଭ ଗୃହର ଚାରିପଟ ୮ ଫୁଟ ପ୍ରଶସ୍ତ କରାଯିବ । ଆଗପଟେ ୧୨ ଶହ ୫୪ ବର୍ଗଫୁଟର ସଭାସ୍ଥଳ ତିଆରି କରାଯିବ । ମନ୍ଦିରର ଉଚ୍ଚତା ୫୫ ରୁ ୬୦ ଫୁଟ ମଧ୍ୟରେ ରହିବ । ମନ୍ଦିରର ଗମ୍ବୁଜ ଏବଂ ବାହାରର ଖୋଦନ କାର୍ଯ୍ୟ ପୁରୀର ଶିଳ୍ପୀମାନେ କରିବେ ବୋଲି ଟ୍ରଷ୍ଟି ପ୍ରଭାସ ଚନ୍ଦ୍ର ଝା କହିଛନ୍ତି ।

ହରିଦ୍ୱାର ସ୍ଥିତ ମନଶା ମନ୍ଦିର ପରି ଏଠାରେ ପ୍ରତିମା ସ୍ଥାପନ କରାଯିବ । ୩୧ ଜାନୁଆରୀରେ ହରିପୁର ବକ୍ସି ଟୋଲ୍‌ରେ ଏହି ମନ୍ଦିର ନିର୍ମାଣ କାର୍ଯ୍ୟାଳୟର ଆରମ୍ଭ କରାଯିବ ।

Leave A Reply

Your email address will not be published.