Latest Odisha News

କ୍ୟାପିଟାଲ୍‌ ହସ୍ପିଟାଲରେ ଅଭାବରେ ଚାଲିଛି ରୋଗୀ ସେବା, ଖାଲି ପଡିଛି ଡାକ୍ତର ପଦବୀ

ଭୁବନେଶ୍ବର: କ୍ୟାପିଟାଲ ହସ୍ପିଟାଲରେ ଦଖାଦେଇଛି ଡାକ୍ତର ଅଭାବ । ମେଡିକାଲରେ ଦିନକୁ ଦିନ ରୋଗୀ ସଂଖ୍ୟାରେ ବୃଦ୍ଧି ପାଉଥିବାବେଳେ ଡାକ୍ତର ଓ ନର୍ସଙ୍କ ଅଭାବ ଦେଖିବାକୁ ମିଳିଛି । ଯାହାଦ୍ବାରା ଅନେକ ରୋଗୀ ଉପଯକ୍ତ ସେବା ପାଇବାରୁ ବଞ୍ଚିତ ହେଉଛନ୍ତି ।

ଖବର ମୁତାବକ, କ୍ୟାପିଟାଲ ହସ୍ପିଟାଲରେ ୧୭୫ ଜଣ ଡାକ୍ତର ପଦବୀ ଥିବା ବେଳେ ବର୍ତ୍ତମାନ ଅଛନ୍ତି ମାତ୍ର ୧୧୧ ଜଣ ଡାକ୍ତର । ମେଡିକାଲରେ ଦିନକୁ ଦିନ ରୋଗୀ ସଂଖ୍ୟାରେ ବୃଦ୍ଧି ପାଉଥିବାବେଳେ, ଏଠି ଡାକ୍ତର ଓ ନର୍ସଙ୍କ ସଂଖ୍ୟା ହ୍ରାସ ପାଉଛି ।

ମେଡିକାଲରେ ୬୪ ଜଣ ଅର୍ଥାତ୍ ୩୭ ପ୍ରତିଶତ ଡାକ୍ତର ପଦବୀ ଖାଲି ପଡ଼ିଛି । ସେହିପରି ନର୍ସିଂ ପୋଷ୍ଟ ପାଇଁ ୨୧୪ ପଦବୀ ଥିବାବେଳେ ସେଥିରୁ ୫୩ ଟି ନର୍ସିଂ ପୋଷ୍ଟ ମଧ୍ୟ ଖାଲି ପଡ଼ିଛି ।

ତେବେ ଆଜି ବିଧାନସଭାରେ ଦେଇଥିବା ସ୍ବାସ୍ଥ୍ୟମନ୍ତ୍ରୀଙ୍କ ତଥ୍ୟ ଅନୁସାରେ, ରାଜ୍ୟ ସରକାରୀ ଡାକ୍ତରଖାନାରେ ଏଲୋପାଥି ଡାକ୍ତରଙ୍କ ପଦବୀ ୧୫,୭୭୪ ଥିବାବେଳେ ଖାଲିପଡିଛି ୫୩୨୧ ପଦବୀ । ସେହିପରି ହୋମିଓପାଥୀ ଡାକ୍ତରଙ୍କ ପଦବୀ ୫୯୫ ଥିବାବେଳେ ଖାଲିପଡିଛି ୧୧୩ । ଆୟୁର୍ବେଦିକ ପଦବୀ ୬୯୦ ଥିବାବେଳେ ୧୧୬ଟି ଖାଲିପଡିଛି । ୟୁନାନୀ ଡାକ୍ତରଙ୍କ ପଦବୀ ୯ ଥିବବେଳେ ୬ଟି ପଦବୀ ଖାଲି ପଡିଛି ।

Comments are closed.