Latest Odisha News

ଅର୍ଚ୍ଚନା ନାଗ ଏବଂ ସହଯୋଗୀଙ୍କ ଘରେ ଇଡିର ଚଢ଼ାଉ

ଭୁବନେଶ୍ବର: ବ୍ଲାକ୍ ମେଲର ଅର୍ଚ୍ଚନା ନାଗ ଜେଲରେ ଥିବା ବେଳେ ଏବେ ତାଙ୍କ ଘରେ ଏବଂ ତାଙ୍କ ସହଯୋଗୀଙ୍କ ଘରେ ଇଡି ଚଢ଼ାଉ କରିଛି । ଭୁବନେଶ୍ବର ସତ୍ୟବିହାର ଘର, କଟକ, କଳାହାଣ୍ଡି କେସିଙ୍ଗା ବାସଭବନ, ଜଳେଶ୍ବର ସମେତ 8ଟି ସ୍ଥାନରେ ଇଡି ଚଢ଼ାଉ କରିଥିବା ଜଣାପଡିଛି । ଇଡି ଆର୍ଥିକ ନେଣଦେଣ ମାମଲାର ତଦନ୍ତ କରିବା ପରେ ମନି ଲଣ୍ଡିରିଂକୁ ନେଇ ଏହି ଚଢ଼ାଉ କରୁଛି । ଖଗେଶ୍ୱର ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିବାର ଦିନକ ପରେ ଏହି ଚଢ଼ାଉ କରି ତାଙ୍କ ଘରେ ମଧ୍ୟ ଚଢ଼ାଉ କରାଯାଉଥିବା ସୂଚନା ମିଳିଛି । ଖଗେଶ୍ୱର ପାତ୍ରଙ୍କୁ ମଧ୍ୟ ଇଡି ଗିରଫ କରିପାରେ ବୋଲି କୁହାଯାଉଛି ।

ଟଙ୍କା ବ୍ଲାକ୍ ମେଲ ମାମଲାରୁ ହନିଟ୍ରାପ ମାମଲା ସହ ଧମକ ଦେବା ସାମ୍ନାକୁ ଆସିବା ପରେ ନାଗ ଏବଂ ଖଗେଶ୍ୱରଙ୍କ ଭୂମିକା କଣ ରହିଛି ଏବଂ ବ୍ଲାକ୍ ଟଙ୍କା କେଉଁଠାରେ ରହିଛି ଇଡି ତାହାର ଖୋଳତାଡ କରିବାରେ ଲାଗିଛି ।

ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ତାଙ୍କ ସ୍ୱାମୀ ଧନଞ୍ଜୟ ଚାନ୍ଦ ଗିରଫ ହୋଇ ଜେଲରେ ଅଛନ୍ତି । ତେବେ ଅନ୍ୟମାନେ ମଧ୍ୟ ଏଥିରେ ସଂପୃକ୍ତ ଥିବାବେଳେ ଇଡି ଆର୍ଥିକ ନେଣଦେଣ ମାମଲାରେ ଏହି ଚଢ଼ାଉ ନାଗଙ୍କ ସହଯୋଗୀ, ସଂପର୍କୀୟଙ୍କ ଘରେ ରେଡ କରୁଛି ।

Leave A Reply

Your email address will not be published.