Latest Odisha News

BREAKING NEWS

ଆଜି ଦ୍ୱିତୀୟ ସେମିଫାଇନାଲରେ ଭାରତ-ଇଂଲଣ୍ଡ ମଧ୍ୟରେ ଲଢ଼େଇ

ଆଡିଲେଡ୍‌: ଫାଇନାଲରେ ପାକିସ୍ତାନ ସହ କାହାର ଲଢ଼େଇ ହେବ ଆଜି ସ୍ପଷ୍ଟ ହେବ । ବିଶ୍ବର ଅଧିକାଂଶ ପ୍ରଶଂସକ ଆଜିର ମ୍ୟାଚରେ ଭାରତ ବିଜୟୀ ହେବାକୁ ଅପେକ୍ଷା କରିଛନ୍ତି ।  ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ପାକିସ୍ତାନ ନିଉଜିଲାଣ୍ଡକୁ ହରାଇ  ଫାଇନାଲ୍‌ରେ ପ୍ରବେଶ କରିଛି । ସେମି ଫାଇନାଲ୍‌ରେ ପାକିସ୍ତାନ ୭ ୱିକେଟ୍‌ରେ ନ୍ୟୁଜିଲାଣ୍ଡ୍‌କୁ ପରାସ୍ତ କରି ଫାଇନାଲକୁ ଯାଇଛି । ଆଜି ଭାରତ ଓ ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ ସେମି ଫାଇନାଲ୍‌  1ଟା 30ରେ ଖେଳାଯିବ । ଆଜି ଯିଏ ଜିତିବ  ୧୩ ତାରିଖ  ଫାଇନାଲ୍‌ରେ ପାକିସ୍ତାନକୁ ସାମ୍ନା କରିବ ।

BjdElectrycity

ଭାରତ-ଇଂଲଣ୍ଡ ମ୍ୟାଚ୍‌କୁ ନେଇ କ୍ରିକେଟ ପ୍ରଶଂସକଙ୍କ ମଧ୍ୟରେ ଉତ୍ସାହ ଦ୍ୱିଗୁଣା ହୋଇସାରିଛି । ଆଜି ଆଡିଲେଡ୍‌ ରୋହିତ ବାହିନୀ କିଭଳି ଇଂଲଣ୍ଡକୁ ଚକମା ଦେଉଛି ତାହାକୁ ସମସ୍ତଙ୍କର ଅପେକ୍ଷା । ରୋହିତ, ରାହୁଲ, ବିରାଟ କୋହଲିଙ୍କ ସମେତ ସୂର୍ଯ୍ୟକୁମାରଙ୍କ ବ୍ୟାଟିଂ ଉପରେ ଦଳର ଜିତିବା ନିର୍ଭର କରିବ । ଚଳିତ ବିଶ୍ବକପରେ  ଅଧିନାୟକ ରୋହିତ ଶର୍ମାଙ୍କ ବ୍ୟାଟ୍‌ରୁ ବଡ଼ ଇନିଂସ ଆଶା କରୁଛନ୍ତି ପ୍ରଶଂସକ ।  ଆଜି ପନ୍ତ ଖେଳୁଛନ୍ତି କି ଦିନେଶ କାର୍ତ୍ତିକ ଖେଳୁଛନ୍ତି ତାହା ର ନିଷ୍ପତ୍ତି କୋଚ ଏବଂ ଅଧିନାୟକ ନେବେ । ତେବେ ଇଂଲଣ୍ଡକୁ ପରାସ୍ତ କରିବାକୁ ରଣନୀତି ହୋଇଥିବା ଅଧିନାୟକ ରୋହିତ ଶର୍ମା କହିଛନ୍ତି । ଜିତିବା ପାଇଁ ସେ ତାଙ୍କ ଟିମ ସହ ପଡ଼ିଆକୁ ଓହ୍ଲାଇବେ ଆଜି ମ୍ୟାଚ ଉପରେ ଗୁରୁତ୍ବ ଦିଆଯିବ ବୋଲି କହିଛନ୍ତି ରୋହିତ ।

Leave A Reply

Your email address will not be published.