Latest Odisha News

BREAKING NEWS

ସାମ୍ବାଦିକଙ୍କୁ ପିଟିଲେ ମହିଳା କର୍ମଚାରୀ, ଭିଡିଓ ଭାଇରାଲ

ବାଲେଶ୍ୱର: ସାମ୍ବାଦିକଙ୍କୁ ପୁଣି ଦୁର୍ବ୍ୟବହାର । ଜଣେ ମହିଳା ସରକାରୀ କର୍ମଚାରୀ ସାମ୍ବାଦିକଙ୍କ ଦୁର୍ବ୍ୟବହାର ଦେଖାଇବା ସହ ମାଡ ମାରିଛନ୍ତି । ଏହାର ଏକ ଭିଡିଓ ଭାଇରାଲ ହୋଇଛି । ଏହାକୁ ନେଇ ସାମ୍ବାଦିକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ସଂପୃକ୍ତ ମହିଳା କର୍ମଚାରୀଙ୍କ ବିରୋଧରେ ଥାନାରେ ଲିଖିତ ଅଭିଯୋଗ ହେବା ସହ କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି ।

ଘଟଣାଟି ବାଲେଶ୍ୱର ଜିଲ୍ଲା ଭୋଗରାଇ ଅଞ୍ଚଳର ବୋଲି ଜଣାଯାଇଛି । ଗତକାଲି ଏକ ଘରୋଇ ଚାନେଲର ସାମ୍ବାଦିକ ତଥ୍ୟ ସଂଗ୍ରହ ପାଇଁ ଭୋଗରାଇ ବ୍ଲକ କାର୍ଯ୍ୟାଳୟକୁ ଯାଇଥିଲେ । ସାଢେ ୧୦ଟା ଯାଏ ବିଡିଓ ଆସି ନ ଥିବା ଦେଖି ଜଣେ ମହିଳା କର୍ମଚାରୀଙ୍କୁ ବିଡିଓ କେତେବେଳେ ଆସିବେ ବୋଲି ପଚାରୁଥିଲେ । ହେଲେ ମହିଳା କର୍ମଚାରୀଜଣକ ଓଲଟା ଗାଳିଗୁଲଜ କରିବା ସହ ତାଙ୍କୁ ଆକ୍ରମଣ କରିଥିଲେ । ମହିଳା ଜଣକ ବ୍ଲକ କାର୍ଯ୍ୟାଳୟର ଜଣେ ୪ର୍ଥ ଶ୍ରେଣୀ କର୍ମଚାରୀ ବୋଲି ଜଣାଯାଇଛି ।

ଏହାର ପ୍ରତିବାଦରେ ଆଜି ଭୋଗରାଇ ବ୍ଲକ କାର୍ଯ୍ୟାଳୟରେ ସାମ୍ବଦିକମାନେ ଧାରଣାରେ ବସିଥିଲେ । ସୂଚନାଥାଉ କି, ଏହା ପୂର୍ବରୁ ଜଣେ ମହିଳା ସାମ୍ବାଦିକଙ୍କୁ ସିନେ ପ୍ରଯୋଜକ ଟୁଟୁ ନାୟକ ମାଡ ମାରିଥିବା ନେଇ ଅଭିଯୋଗ ହୋଇଥିଲା । ଏହି ମାମଲା ଥାନା ପର୍ଯ୍ୟନ୍ତ ଯାଇଥିଲା ।

Leave A Reply

Your email address will not be published.